ସ୍ବାମୀ ବିବେକା ନନ୍ଦ ଜୟନ୍ତୀ ଓ ଯୁବ ଦିବସ ।

ଛତ୍ରପୁର : ୧୩.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର : ରାଧେ ଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମଜୟନ୍ତୀ ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ତଥା ୧୦ନଂ କାଉନସିଲର ଦେବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ପୂର୍ବତନ କାଉନସିଲର ଵି. ରାଜୁବାବୁ ଓ ଟ୍ରଷ୍ଟ ର ଉପସଭାପତି ଏବଂ ଛତ୍ରପୁର ବିଜେଡି ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *