ମୃତୁ ଚାଷୀ ଙ୍କ ପରିବାରକୁ ସହାୟତା ଦେଲେ ବିଧାୟକ ।

ମୃତୁ ଚାଷୀ ଙ୍କ ପରିବାରକୁ ସହାୟତା ଦେଲେ ବିଧାୟକ ।

ଛତ୍ରପୁର : ୧୩.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ୨୦ ହଜାର ଟଙ୍କା ଆର୍ଥିକ ସାହାୟତା ପ୍ରଦାନ କରିଛନ୍ତି। ଏପରିକି ରେଡ଼କ୍ରସ ପାଣ୍ଠିରୁ ମଧ୍ୟ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ସୂଚନା ଯୋଗ୍ୟ, ବିପୁଳିଙ୍ଗୀ ପଞ୍ଚାୟତ କତୁରୁ ଗ୍ରାମର ଚାଷୀ ପି. ଈଶ୍ୱର ରେଡ୍ଡି(୭୧ ) ହଠାତ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଥିଲା ।
ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଈଶ୍ୱରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଡିସେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ତାଙ୍କ ପାଚିଲା ଧାନ ଓଦା ହୋଇ ନଷ୍ଟ ହୋଇଯାଇଥିଲା। ଏପରିକି ଈଶ୍ୱର ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ବେଳେ ଆଶାଠାରୁ ବହୁ କମ୍‌ ଧାନ ପାଇଥିଲେ। ଫଳରେ ସେ ଚିନ୍ତିତ ରହୁଥିଲେ। ଏପରିକି ଋଣ ବୋଝ ସମ୍ଭାଳି ନ ପାରି ସେ କିଛି ଦିନ ହେଲା ସୁସ୍ଥ ହୋଇପଡିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପ୍ରଶାସନିକ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ କୃଷିଋଣ ଛାଡ଼ କରିବା ପାଇଁ ମୃତ ଈଶ୍ୱର ରେଡିଙ୍କ ପୁଅ ଚିତ୍ତରଞ୍ଜନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *