ଜାତୀୟ କରାଟେରେ -ଓଡିଶାକୁ ୩ ଟି ସ୍ଵର୍ଣ, ୧ ରୋପ୍ୟ

ଗଞ୍ଜାମ : ୧୪.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର : ଜାପାନ କରାଟେ ଏସୋସିଏସନ ଇଣ୍ଡିଆର ନବମ ଜାତୀୟ କରାଟେ ଚମ୍ପିୟାନସିପ, ବେଙ୍ଗୁଲାର ଠାରେ ଜାନୁଆରୀ ୧୧ ଓ ୧୨ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l
ଓଡିଶାର ମୁଖ୍ୟକୋଚ
ସନ୍ତୋଷ କୁମାର,ମହାପାତ୍ରଙ୍କ ତତ୍ତ୍ୱବାଧନରେ ଓଡ଼ିଶାରୁ ପାଞ୍ଚ ଜଣିଆ ଦଳ ଭାଗନେଇଥିଲେ l ଏହି ପ୍ରତିଯୋଗୀତାରେ ଓଡ଼ିଶା ଦଳ ୩ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଟି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି l ବାଳିକା ବର୍ଗରୁ
ସାୟେସା ସାହୁ ଦୁଇଟି ସ୍ବର୍ଣ୍ଣ ଓ ଶ୍ଵେତା ତ୍ରିପାଠୀ ୧ଟି ସ୍ବର୍ଣ୍ଣ ଏବଂ ୧ଟି ରୌପ୍ୟ ପାଇଛନ୍ତି l ସାୟେସା ସାହୁ ଓଡିଶାରୁ ସର୍ବ କନିଷ୍ଠ ବାଳିକା ଭାବେ ଆଠ ବର୍ଷ ବୟସରେ ଜାପାନର ଅନ୍ତର୍ଜାତୀୟ ବ୍ଲାକ ବେଲ୍ଟ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି l
ଚାମ୍ପିୟନସିପର ମୁଖ୍ୟ ବିଚାରପତି ଭାବେ ଜାପାନ ମାଷ୍ଟର ଡାଇସୁକେ ଓୟେଦା ଏବଂ ଭାରତର ମୁଖ୍ୟ ସେନସାୟୀ ମିଲନ ତ୍ରିବେଦୀ ଉପସ୍ଥିତ ଥିଲେ l
ଓଡିଶା ଦଳର ନେତୃତ୍ୱ ନେଉଥିବା ମୁଖ୍ୟକୋଚ ସନ୍ତୋଷ କୁମାର ମହାପାତ୍ର
ପୂର୍ବରୁ ସେଲ୍ଫ ଦିଫେନ୍ସ ବ୍ଲାକ ବେଲ୍ଟର ପ୍ରଥମ ଓଡ଼ିଆ ଭାବେ ଗୌରବ ଅର୍ଜନ କରିଛନ୍ତି l ଏହା ସହ ବିଜେପିର ବରିଷ୍ଠ ନେତା ଓ ଓବିସି ମୋର୍ଚ୍ଚାର ରାଜ୍ୟ କୋଷାଧକ୍ଷ ଦାଇତ୍ୱରେ ରହିଛନ୍ତି l ତାଙ୍କ ଘର ଗଞ୍ଜାମ ବ୍ଳକ ଖଣ୍ଡିଦେଉଳି ଗ୍ରାମର ସନ୍ତୋଷ ମହାପାତ୍ର l

Leave a Reply

Your email address will not be published. Required fields are marked *