ବୃଷଭକୁ ବୋଲେରୋ ଗାଡ଼ି ପଛରେ ବାନ୍ଧି ଘୋଷାଡି ଟେକି ନେଇଗଲେ

କଟକ ୨୪-୧୨ରିଖ ରାତ୍ରିର ଦୃଶ୍ୟ। କଟକ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହି ଭଳି ଦୃଶ୍ୟ କୁ ଦେଖି ଗୋମାତାଙ୍କୁ ବା ବୃଷଭକୁ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ସ୍ପଷ୍ଟ ଅନୁଭବ ହେଉଛି। ଆଜି ଦିନ ତମାମ ସୋସିଆଲ ମିଡିଆରେ ଘୂରି ବୁଲିଲା ଏହି ଦୃଶ୍ୟ। ଏହି ଘଟଣା ଘଟିଛି ସିଡିଏ ଫେଜ୍ ୨ ଥାନା ଅଧୀନରେ ବୋଲି ଜଣାପଡିଛି
କିଛି ଦୃବୁତ ବୋଲେରୋ ଗାଡ଼ି ଆସି ରାସ୍ତାରେ ଶୋଇ ଥିବା ବୃଷଭକୁ ଏକ ରସିରେ ବାନ୍ଧି ବୋଲେରୋ ଗାଡ଼ି ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓ ଦୃଶ୍ୟରୁ ଜଣେ ନାହିଁ ପ୍ରାୟ ୫ ରୁ ୬ ଜଣ ବ୍ୟକ୍ତି ବୃଷଭକୁ ନେବାର ଦୃଶ୍ୟ ଜଣାପଡ଼ିଛି। ଆଜି ସାରା ସହରରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ଦେଖି ଗୋ ମାତା ସେବକ ତଥା ବରିଷ୍ଠ ଆଇନଜୀବି ସୁରେଶ ଚନ୍ଦ୍ର ପଣ୍ଡା ସହିତ ଅନେକ ସେବକମାନେ ପହଞ୍ଚି ସିଡିଏ ଫେଜ୍୨ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *