ହିଙ୍ଗୁଳା କ୍ଲବ ପାଳିଲା ୫୫ତମ ବାର୍ଷିକ ଉତ୍ସବ l

ତାଳଚେର ତା -(ଦିଲୀପ କୁମାର ଚୋପଦାର )- ତାଳଚେର ଟାଉନ ବଡଦାଣ୍ଡ ସାହି ସ୍ଥିତ ହିଙ୍ଗୁଳା କ୍ଲବର ୫୫ ତମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ ସମାରୋହ ପାଳିତ ହୋଇଛି l କ୍ଲବର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଉତ୍ସବରେ ତାଳଚେର ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳୟ କୁମାର ଦେହୁରୀ ମୁଖ୍ୟ ଅତିଥି, ତାଳଚେର ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଡ଼. ଅରବିନ୍ଦ ନନ୍ଦୀ ସମ୍ମାନିତ ଅତିଥି, ବରିଷ୍ଠ ସାମ୍ବାଦିକ ତଥା ତାଳଚେର ପ୍ରେସ କ୍ଲବର ଉପ-ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ଉପସ୍ଥିତ ଅତିଥି ମାନେ ମା’ ହିଙ୍ଗୁଳାଙ୍କ ପୂଜାର୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟରେ ହିଙ୍ଗୁଳା କ୍ଲବର ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଶଂସା କରିଥିବାବେଳେ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ପ୍ରତିଯୋଗିତା ମାନ ଆୟୋଜନକରି ତୃଣମୂଳ ସ୍ତରରୁ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବାରେ ଏହାର ଭୂମିକା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ l
ଉତ୍ସବରେ ଚଳିତ ମାସ ୧୫ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ବ୍ୟାପି ଚାଲିଥିବା ଆନ୍ତଃ କ୍ରୀଡା, ବାହ୍ୟ କ୍ରୀଡା, କୌତୁକ ଖେଳ ଓ ସାଂସ୍କୃତ୍ତିକ ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ l
ପୁରସ୍କାର ମଧ୍ୟରେ ବେଷ୍ଟ ଡ୍ୟାନ୍ସର ଭାବରେ ପଲ୍ଲକ ଅଗ୍ରୱାଲ, ବେଷ୍ଟ ସିଙ୍ଗର ଭାବରେ ଶ୍ରୀବନ୍ତ ଖଣ୍ଡଗିରି, ଫେସନ ସୋ ଚମ୍ପିୟାନ -ପଲ୍ଲକ ୟାଶୀକା, ବ୍ୟାଡ଼ମିଣ୍ଟନ ଚାମ୍ପିୟନ ଆଶିଷ କୁମାର ଦାସ ଓ ୟଶଦୀପ ଦାସ, ଚେସ ଚାମ୍ପିୟନ -ଅଜୟ କିଶୋର ମିଶ୍ର, କ୍ୟାରମ ସିଙ୍ଗିଲସ ଚାମ୍ପିୟନ-ବିଭୂଧେନ୍ଦ୍ର ପ୍ରତାପ ସିଂହ, କ୍ୟାରମ ଡବଲ୍ଲସ -ବିଭୂଧେନ୍ଦ୍ର ଓ ସ୍ୱପ୍ନେଶଙ୍କ ସମେତ ୩୭ଟି ବିଭାଗର ପ୍ରତିଯୋଗିତାରେ ଶତାଧିକ କୃତୀ ପ୍ରତିଯୋଗୀ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ପ୍ରତ୍ୟେକ ପ୍ରତିଯୋଗିତାର ବିଚାରକ ମାନଙ୍କୁ ସ୍ୱତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା l କ୍ଲବର ଯୁଗ୍ମ ସମ୍ପାଦକ ଅଜିତ ରାଏ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସଂସ୍କୃତିକ ସମ୍ପାଦକ ପ୍ରକାଶ ମହାରଣା ମଞ୍ଚ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉପ-ସଭାପତି ତଥା ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ଶର୍ମା ମଞ୍ଚାସୀନ ଥିଲେ l କ୍ଲବର ୫ ଜଣ ପ୍ରତିଷ୍ଠାତା ସଭ୍ୟ ସର୍ବଶ୍ରୀ
ଇଂ.ପ୍ରଫୁଲ୍ଲ ରାୟ ,ବରିଷ୍ଠ ଓକିଲ ଗଣେଶ୍ୱର ରାୟ,ଯୁଗଳ କିଶୋର ରାୟ, ବସନ୍ତ କୁଅଁର, ଧନେଶ୍ୱର ତୁଙ୍ଗଙ୍କୁ ଅତିଥି ମାନେ ସମ୍ମାନୀତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ତଥା କୋଷାଧ୍ୟକ୍ଷ -ଶ୍ରୀଯୁକ୍ତ ଗୋବର୍ଦ୍ଧନ ବେହେରା, ବାହ୍ୟକ୍ରୀଡା ସମ୍ପାଦକ ଦୀପକ ରାଉତ, ଆନ୍ତଃକ୍ରୀଡା ସମ୍ପାଦକ ନିଶାକର କୁଅଁର, ସର୍ବେଶ୍ୱର କୁଅଁର, ସିଧେଶ୍ୱର କୁଅଁର, ବିଶ୍ୱରଂଜନ ତୁଙ୍ଗ, ଯତୀନ ମହାନ୍ତି, ଡିଗଲ ମିଶ୍ର, ରଶ୍ମିରଂଜନ ତୁଙ୍ଗ, ପ୍ରଫୁଲ୍ଲ ଦାସ, ଅଜୟ ଦାସ, ପ୍ରିତିଶ କୁଅଁର, ସୁଜିତ କୁଅଁର,ବଳିଆ ମହାପାତ୍ର,ଚନ୍ଦନବେହେରା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *