ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ପାଳନ।

ଚଣ୍ଡିଖୋଲ ୨୫/୧୨ : ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବର ଅବସରର ସମଗ୍ର ଭାରତ ବର୍ଷରେ ଆଜି ସୁଶାସନ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଆଜି ବଡଚଣା ବ୍ଲକ୍ ଅନ୍ତର୍ଗତ ବନ୍ଧା ପଦ୍ମଲାଭପୁର ଠାରେ ଭାରତ ରତ୍ନ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଶତବାର୍ଷିକୀ ମହlସମାରୋହ ରେ ପାଳିତ ହୋଇଯାଇଛି। ଯାଜପୁର ଜିଲ୍ଲାଭରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଉପ ସଭାପତି ରଞ୍ଜିତ କୁମାର୍ ଦୋରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଚରଣ ଧଳ ଯୋଗଦେଇ ବାଜପେୟୀ ଙ୍କ ଯୁଗାନ୍ତଶାସନ ଶାସନ କାଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ, ପୋଖରାନ ଠାରେ ପରମାଣୁ ପରୀକ୍ଷଣ, ସୂଚନା ପ୍ରଯୁକ୍ତି ବିଦ୍ୟା, ଦୂରସଂଚାର, ଯୋଗାଯୋଗ, ଦୁନିଆରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଆସନ୍ତୁ ତାଙ୍କ ୧୦୦ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶକୁ ସାକାର କରିବା ଏବଂ ଭାରତ ପାଇଁ ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଅଶ୍ଵିନୀ କୁମାର୍ ସାମଲ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା, ବିପ୍ର ଚରଣ ନାୟକ, ଜୀତେନ୍ଦ୍ର କୁମାର ସ୍ବାଇଁ, ଗଣେଶ୍ୱର ସ୍ବାଇଁ, ବସନ୍ତ କୁମାର ସାମଲ, ଦିବ୍ୟଲୋଚାନ ସାମଲ, ବିଶ୍ୱଜିତ ସ୍ବାଇଁ, ଆକାଶ କୁମାର ମହାରଣା , ଶୁଶାନ୍ତ କୁମାର ସାମଲ, ମାନସ ଦାସ, ଶିବ ପ୍ରଧାନ, ବାସୁଦେବ ଧଳ, ପ୍ରଶାନ୍ତ କୁମାର ସାମଲ, ଜଗନ୍ନାଥ ସେଠୀ, ବିଘେଶ୍ୱର୍ ନାୟକ, ମୀନକେତନ ସ୍ବାଇଁ, ସିମlଞ୍ଚଳ ନାୟକ, ଧର୍ମେନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ବାଜପେୟୀ ଙ୍କ ବହୁବିଧ ଗୁଣlବଳୀ ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *