



ରାୟଗଡ-(ତପନ କାଡ୍ରାକା) ଆଜି ଦିନିକିଆ ରାୟଗଡା ଗସ୍ତରେ ଆସି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସ୍ଥାନୀୟ ଜିଲ୍ଲାପାରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ସରକାରୀ ଯୋଜନା ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁଛିକି ନାହିଁ ? ସରକାରୀ ଯୋଜନାର ରୂପାନ୍ତକରଣରେ କୌଣସି ପ୍ରତିବନ୍ଧକ ସାଜୁଛିକି ତାହା ପଚାରି ବୁଝିଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ ଆଗାମୀ ୫ ବର୍ଷରେ ରାୟଗଡା ଜିଲ୍ଲା ସରକାରୀ ଯୋଜନା ରୂପାନ୍ତକରଣରେ ହବ ପାଳଟିବ । ଆଗାମୀ ୫ ବର୍ଷ ମଧ୍ୟରେ ଘରଡିହ ନଥିବା ଗରିବ ଲୋକଙ୍କୁ ଘରଡିହ ପ୍ରଦାନ କରାଯିବ, କେବଳ ସେତିକି ନୁହେଁ ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟତଃ ଆଦିବାସୀ ମାନଙ୍କୁ ସେମାନଙ୍କ ଜଙ୍ଗଲଜମି ପଟା ପ୍ରଦାନ କରଜିବାର ଲକ୍ଷ ରଖାଯାଇଥିବା ସେ କହିଥିଲେ । ଜିଲ୍ଲାରେ ସୁଭଦ୍ରା ଯୋଜନାରେ ସମସ୍ତେ ଯେପରି ସାମିଲ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେଇ କାମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ ଶିକ୍ଷାଅନୁଷ୍ଠାନକୁ ଜମି ପଟା ପ୍ରଦାନ, ଆସନ୍ତା କାଲି ଜିଲ୍ଲାରେ ଆରମ୍ଭ ହବାକୁ ଥିବା ଧାନ ମଣ୍ଡିରେ ଦଲାଲ ରାଜ ବନ୍ଦ କରିବା, ଧାନର ସହାୟକ ମୂଲ୍ୟ ସହ ଇନପୁଟ ଶବସିଡ ପଇସା ଯେମିତି ଠିକ ସମୟରେ ଚାଷୀଙ୍କ ଖାତାକୁ ଯିବ ଏବଂ ମଣ୍ଡି ଚାଲୁଥିବା ସମୟରେ ବାହାର ରାଜ୍ୟର ଧାନ ଯେମିତି ଏହି ମଣ୍ଡିକୁ ନଆସେ ସେଥିପାଇଁ ସବୁ ସମୟରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କଡାକଡି କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ରାୟଗଡା, ଗୁଣୁପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀର ତିନି ବିଧାୟକଙ୍କ ସମେତ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।