
ତା ୧୫/୧୨/୨୦୨୪ ରିଖ ରବିବାର ଦିନ କଟକ ତୁଳସୀପୁର ସ୍ଥିତ ଶାରଳା ଭବନ ସଭା ଗୃହ ରେ ରାଜ୍ୟର ଅଗ୍ରଣୀ କେନ୍ଦ୍ରୀୟ ଶ୍ରମ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡେରେସନ (ଏଲ୍. ପି. ଏଫ୍)ରାଜ୍ୟ ପରିଷଦ ର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ସଂଗଠନ ର ଜାତୀୟ ଉପସଭାପତି ଓ ରାଜ୍ୟ ସଭାପତି ଶ୍ରୀ ବୀରେନ୍ଦ୍ର ପ୍ରସାଦ ଦାସ ଙ୍କ ସଭାପତିତ୍ୱ ରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟିକା ଇଂ ସୋଫିଆ ଫିରଦୋସ ଯୋଗ ଦେଇ ଶିଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ର ରେ ନିୟୋଜିତ ଶ୍ରମିକ ମାନଙ୍କ ମହତ୍ତ୍ଵ ପୂର୍ଣ୍ଣ ଯୋଗଦାନ ଓ ସେମାନଙ୍କ ଭୂମିକା ସମ୍ପର୍କରେ ନିଜର ସ।ରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିବା ସହିତ ଭବିଷ୍ୟତରେ ଶ୍ରମିକ ସ୍ୱାର୍ଥ ସମ୍ପର୍କିତ ସମସ୍ତ ଦାବୀ ବିଧାନ ସଭାରେ ଉପସ୍ଥାପିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏଲ୍. ପି. ଏଫ୍ ର ରାଷ୍ଟ୍ରୀୟ ସାଙ୍ଗଠନିକ ସମ୍ପାଦକ ଭି. ଭେଲୁସ୍ୱାମୀ ଯୋଗ ଦେଇ ଶ୍ରମିକ ସଂଗଠନ ର ଭୂମିକା ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବ ରେ ଭାତୃପ୍ରତିମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ବିଭିନ୍ନ ନେତୃବୃନ୍ଦ ଏ. ଆଇ. ଟି. ୟୁ. ସି ର ବିପିନ ବିହାରୀ ପାଢ଼ୀ, ଏଚ. ଏମ. ଏସ ର ର ସମ୍ପାଦକ ବି. ଏନ. ମହାପାତ୍ର, ଏ. ଆଇ. ସି. ସି. ଟି. ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା, ଟି. ୟୁ. ସି. ସି. ର ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର ଓ ଏନ. ଏଫ୍. ଆଇ. ଟି. ୟୁ ର ରାଜ୍ୟ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାରଣା ପ୍ରମୁଖ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଭାରେ ସମଗ୍ର ରାଜ୍ୟରୁ ଏଲ୍. ପି. ଏଫ୍ ସହବନ୍ଧିତ ସମସ୍ତ ସଂଗଠନ ର ଶତାଧିକ ପ୍ରତିନିଧି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହାୟକ ହେବା ସଂଗେ ସଂଗେ ଆଗାମୀ ଦିନରେ ଶ୍ରମିକ, କୃଷକ ଓ ଶ୍ରମଜୀବୀ ମାନଙ୍କ ହିତାର୍ଥେ ସଂଗ୍ରାମ ଜାରି ରଖିବା ପାଇଁ ଦୁର୍ବାର ଶପଥ ଗ୍ରହଣ କରିଥିଲେ। ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଏଲ୍. ପି. ଏଫ୍ କଟକ ଜିଲ୍ଲା ସଭାପତି ସନ୍ତୋଷ ମହାରଣା, ଜିଲ୍ଲା ସମ୍ପାଦକ ସତ୍ୟ ଶିବ ଜେନା, ସଦସ୍ୟ ବିଶ୍ୱଜିତ ସାହୁ, ରମେଶ ଦାସ, କିଶୋର ଦଳାଇ ମିନତୀ ବେହେରା, ସରୋଜିନୀ ସାମଲ ଆନନ୍ଦ ଦାସ, ଚତୁର୍ଭୁଜ ରଣା, ଶ୍ରାବଣୀ ସ୍ୱାଇଁ ସୁଷମା ଦଳାଇ, ଉଷାରାଣୀ ମହାପାତ୍ର ଙ୍କ ଭୂମିକା ଓ ଅବଦାନ ଖୁବ ଗୁରୁତ୍ୱ ପୂର୍ଣ୍ଣ ଥିଲା। ଏଲ୍. ପି. ଏଫ୍ ରାଜ୍ୟ ସାଧାରଣ ସମ୍ପାଦକ ମନୋରଞ୍ଜନ ମହାରଣା ପ୍ରାରମ୍ଭିକ ଭାଷଣ ରେ ସଂଗଠନ ର ରାଜ୍ୟରେ ପ୍ରମୁଖ ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ରଖିବା ସହ ସଭା ପରିଚାଳନା କରିଥିଲେ। ପରିଶେଷରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ମଧୁସୂଦନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।