
ଚଣ୍ଡିଖୋଲ ୧୪/୧୨(କଳିଙ୍ଗ ପ୍ରଭା)ଚଣ୍ଡିଖୋଲ ସନ୍ନିକଟ ଓଡିଶୋ ଅଣ୍ଡେଇଗୋଡ଼l ଗ୍ରାମର ବିଶିଷ୍ଟ ପରିବେଶବିତ୍ ନାରାୟଣ ଚନ୍ଦ୍ର ନାୟକ (୯୪) ଙ୍କରବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ହୋଇ ପରଲୋକ ଗମନ କରିଛନ୍ତି। ଯାଜପୁର ଜିଲ୍ଲାର ବିଶିଷ୍ଟ ସମାଜ ସେବୀ ତଥା ପରିବେଶ ବିତ୍ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ। ବିଭିନ୍ନ ବଣ ଜଙ୍ଗଲ , ପାହାଡ଼ ପର୍ବତ, ରାସ୍ତା ପାର୍ଶ୍ଵ, ପଡ଼ିଆ, ପତିତ ଜମିରେ ବୃକ୍ଷ ରୋପଣ କରି ବା ସହିତ ବୃକ୍ଷ ରୋପଣ ପାଇ ଲୋକେ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥଲେ। ଏଥିପାଇଁ ତାଙ୍କୁ ବହୁ ସରକାରୀ ବେସରକାରୀ,ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗର ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ର ଶେଷ ଦର୍ଶନ କରିବା ସହିତ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟର ପୁର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ନାୟକ, ଜ୍ୱାଇଁ ଅଜିତ୍ କୁମାର ସ୍ବାଇଁ ପୁତ୍ର ପୀତବାସ ନାୟକ, ସୁବାଷ ଚନ୍ଦ୍ର ନାୟକ, ସୁରେନ୍ଦ୍ର କୁମାର ନାୟକ ସମେତ ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କର ଶବ କୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନ ରେ ସତ୍କାର କରାଯାଇ ଥିଲା। ଜ୍ୟେଷ୍ଠ ପୁତ୍ର ପୀତବାସ ମୁଖଗ୍ନି ଦେଇଥିଲେ।