
କଟକ : କଟକYWCA ପକ୍ଷରୁ ଯୀଶୁଙ୍କ ଖ୍ରୀଷ୍ଟ ପୂର୍ବ ପାଳନ ଅବସରରେ ସ୍ଥାନୀୟ କାର୍ଯ୍ୟଳୟ ଠାରେ ବହୁ ଆଡମ୍ବର ସହିତ ପାଳନ କରାଯାଇଥିଲା। ପ୍ରଭୁ ଯୀଶୁଙ୍କ ଆଗମନ ପୂର୍ବରୁ ସାରା ପୃଥିବୀରେ ଆଜି ଉସ୍ଛବ ମୁଖରିତ। ଡିସେମ୍ବର ୨୫ ତାରିଖରୁ ଯୀଶୁଙ୍କର ଜନ୍ମ ଦିବସ ଭାବରେ ସାରା ବିଶ୍ବରେ ପାଳନ କରାଯାଏ। ଆଜି ର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆଚାର୍ଯ୍ୟ ଇନୋଶ କରାତୋ ଯୋଗ ଦେଇ ପ୍ରଭୁ ଯୀଶୁଙ୍କ ଜୀବନ ଉପରେ ଆଲୋଚନା କରିଥିଲେ।ସେ ପ୍ରସଙ୍ଗରେ ଆଲୋଚନା କରିଥିଲେ ଯୀଶୁଙ୍କ ଆଗମନର ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ସଭାପତି ଇପ୍ସିତା ମହାନ୍ତି ନେତୃତ୍ବରେ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ମମତା ମହାପାତ୍ର ବ୍ୟାପକ ଭାବରେ ସଫଳ ରୂପାୟନ ନିମନ୍ତେ ପରିଚାଳନା କରିଥିଲେ। କଟକYWCA ର ସମସ୍ତ ସଭ୍ୟଙ୍କ ସହିତ ଆଚାର୍ଯ୍ୟ ଗଣ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉଚ୍ଚ କୋଟୀର ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକ ଟିର ନାମ ଥିଲା”ଲୁହ ଭିଜା ଉତ୍ତର” । ନାଟକ ଟିର ନିର୍ଦ୍ଦେଶନା ଓ ଲେଖକ ବିନୋଦ ମହାପାତ୍ର।ସେ ଥିଲେ ଜଣେ ଓଡ଼ିଆ କଳା ଜଗତର ଜଣାଶୁଣା ଅଭିନେତା। ଅନେକ ସମୟରେ ନାଟକ ପରିବେଷଣ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଲାଭ କରିଛନ୍ତି।