

ଭବାନିପାଟଣା : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବିଭିନ୍ନ ଜିଲ୍ଲାର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ସେହି ଅନୁକ୍ରମେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ପକ୍ଷରୁ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଏବଂ କେସିଙ୍ଗା ମହାବିଦ୍ୟାଳୟ ଠାରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ର ଛାତ୍ରୀ ସାମିଲ ହେବା ସହ ବିଜେଡି ସଦସ୍ୟତା ନେଇଥିଲେ । ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତ୍ର ଛାତ୍ରୀ ମାନଙ୍କ ବିକାଶ ଓ ଶିକ୍ଷାର ପ୍ରଗତି କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଥିବା ଛାତ୍ର ଛାତ୍ରୀ ମାନେ ମତାମତ ଦେଇଥିଲେ। ବିଜୁ ଛାତ୍ର ଜନତା ଦଳ ଆଗାମୀ ଦିନରେ କ୍ୟାମ୍ପସ ସହ ଜଡ଼ିତ ରହି ଛାତ୍ର ଛାତ୍ରୀ ଙ୍କ ଅଧିକାର ପାଇଁ ଲଢେଇ କରିବ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ରାଜ୍ୟ ଉପ ସଭାପତି ପ୍ରଦୋଷ ପରିଡ଼ା, ରାଜ୍ୟ ସମ୍ପାଦକ ଅଭିଷେକ ଜଗତ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଛାତ୍ର ବିଜେଡି ଉପ ସଭାପତି ନିଳାମ୍ବର ସାହୁ , ଛାତ୍ର ନେତା ଘାସିରାମ ସାହୁ, ରୋମାଞ୍ଚଳ ମେହେର, କେ ପ୍ରବୀଣ କୁମାର, ଲାଲ ବାହାଦୁର ନାଏକ, ନେହେରୁ ମାଝୀ, ଭୋଲାନାଥ ନାଗ ପ୍ରମୁଖ ଯୋଗଦେଇ ଥିଲେ।
ଭବାନିପାଟଣା ରୁ ସଞ୍ଜୀବ କୁମାର ପାତ୍ର ଙ୍କ ରିପୋର୍ଟ