ଶୀତ ଦିନେ ଖାଦ୍ୟରେ ନିୟମିତ ସାମିଲ କରନ୍ତୁ ମୂଳା ; ଓଜନ ନିୟନ୍ତ୍ରଣ ସହ ମିଳିବ ଏହି ସବୁ ଫାଇଦା

radish

ଶୀତ ଋତୁରେ ବହୁତ ପ୍ରକାରର ପନିପରିବା ମିଳିଥାଏ । ଏହି ଋତୁରେ ପନିପରିବା ବହୁତ ଶସ୍ତା ହୋଇଯାଏ । ଏହାସହ ଏହାର ଦର ମଧ୍ୟ କମ୍‌ ହୋଇଥାଏ । ଯାହାକୁ କିଣିବା ପାଇଁ କୌଣସି କଷ୍ଟ ହୋଇ ନଥାଏ । ଶୀତ ଋତୁରେ ପନିପରିବା ଖାଇବାରେ ବହୁତ ଆନନ୍ଦ ମିଳିଥାଏ । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଜାଣି ପାରି ନଥାନ୍ତି ଯେ ଯଦି ପନିପରିବା ନଖାଇବା ତାହେଲେ ଆମ ଶରୀରରେ ବହୁତ ପ୍ରକାର ସମସ୍ୟା ଦେଖାଦେବ । ଏହି ସ୍ଥିତିରେ ଏପରି ଏକ ପରିବା ଅଛି ଯାହା ସ୍ୱାଦଗୁଣରେ ପରିପୂର୍ଣ୍ଣ ରହିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଜାଣନ୍ତୁ ସେହି ପରିବାର ନାମ କ’ଣ । “ନିରୋଗ ସ୍ବାସ୍ଥ୍ୟ ପାଇଁ ରାତିରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ଜାଣନ୍ତୁ କଣ କଣ ?” ଏହି ପରିବାଟିର ନାମ ହେଉଛି ମୂଳା । ମୂଳାରେ ଅନେକ ଭିଟାମିନ୍‌ ରହିଛି ଯାହାକୁ ଖାଇଲେ ଆମ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଅନେକ ପ୍ରକାରର ଲାଭ ହୋଇଥାଏ । ଏଥିରେ ଫାଇବର, ଭିଟାମିନ୍‌ ସି’, ପୋଟାସିୟମ, ଫସଫରସ ପରି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିପାରିବ । ଏହାସହ ମୂଳାରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାକୁ ଖାଇଲେ ବହୁତ ଟେଷ୍ଟ ମଧ୍ୟ ଲାଗିଥାଏ । ଶୀତ ଋତୁରେ ମୂଳା ଖାଇବାର ଫାଇଦା : ୧. ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ : ମୂଳା ଫାଇବରରେ ଭରପୂର ହୋଇଥାଏ । ଏହାକୁ ଖାଇବା ଫଳରେ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଏହାକୁ ଖାଇବା ଦ୍ୱାରା ଆମ ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଯାଇଥାଏ । ପେଟକୁ ସଫା ରଖିବା ସହ ହେଲଦି ମଧ୍ୟ କରିଥାଏ । “Basi Roti: ଫିଙ୍ଗନ୍ତୁନି ବାସି ରୁଟି, ଖାଇଲେ ମିଳିବ ଏହି ସବୁ  ଫାଇଦା” ୨. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ : ଶୀତ ଦିନରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ଯାହା ଫଳରେ ଅନେକ ରୋଗ ଆକ୍ରାନ୍ତ କରିଥାଏ । ଏହିପରି ସ୍ଥିତିରେ ଆପଣଙ୍କୁ ଭିଟାମିିନ ସି’ ରେ ଭରପୂର ମୂଳା ଖାଇବା ନିହାତି ଆବଶ୍ୟକ । ଯାହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହାସହ ଥଣ୍ଡା-କାଶ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମୂଳାରେ ବିଶେଷ କଥା ହେଉଛି ଯେ ସେ ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱାଚ୍ଚାରେ ମଧ୍ୟ ଉନ୍ନତି ଆଣିଥାଏ । ୩. ଓଜନ କମ୍‌ କରିବାରେ ସାହାଯ୍ୟ : ଏହା ଅନେକ ଗୁଣରେ ଭରପୂର । ମୂଳା ଖାଇବା ଦ୍ୱାରା ଓଜନ କମ୍‌ ହୋଇଥାଏ । ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *