ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ବିଜ୍ଞାନ ମେଳା ଆୟୋଜିତ

ଛତ୍ରପୁର – ୫.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମହା ନାଦ ପୁର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଜଗନ୍ନାଥ ପଣ୍ଡା ,ସମ୍ମାନିତ ଅତିଥି ଭାବେ ବଉଳ ଗାଁ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଏସ ରୂପା ଓ ଆଙ୍ଗୁ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ପି ବଳରାମ ପାତ୍ର, ସମାଜ ସେବୀ ବିଜୟ କୁମାର ବସନ୍ତିୟା ପ୍ରମୁଖ ମଞ୍ଚଷିନ ଥିଲେ । ସଭାପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପାଣିଗ୍ରାହି ସଭାପତିତ୍ୟ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବିଜ୍ଞାନ ମେଳା ରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ବିଜ୍ଞାନ ସମ୍ବଦିୟ ତଥ୍ୟ ପରିବେଷଣ କରିଥିଲେ । ଏବଂ ସମ୍ପାଦକ ବିଜୟ କୁମାର ମହାପାତ୍ର ,ଓ ପ୍ରଧାନ ଆଚାର୍ଯ୍ୟ ଶିବପ୍ରସାଦ ପରମ ଗୁରୁ ଙ୍କ ସମେତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ମେଳାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶର୍ମିଷ୍ଠା ମିଶ୍ର କୋଭିଡ ୧୯ ବିଶେଷତ୍ଵ ପର୍ଦଶନ କରିଥିଲେ । ଏହି ବିଜ୍ଞାନ ମେଳରେ ଭବାନୀ ପ୍ରସାଦ ମିଶ୍ର, କାଳୀ ପ୍ରସାଦ ମିଶ୍ର, ଦେବଂଶି ମିଶ୍ର,ଅର୍ପିତା ମହାପାତ୍ର, ରାଗିଣୀ ଦାସ, ଶ୍ଵେତା କୁମାରୀ ନାହାକ, ସୁରଭି ନାହାକ,ଅଙ୍କିତା ପାତ୍ର, ହଁଷିକା ମହାରଣା, ରିୟା ନାହାକ, ଜ୍ୟୋତି ରାଣୀ ନାହାକ, ଅନୁପମ ସେଠି, ଅଂଶୁମାନ ନାହାକ, ସମରଜିତମୁନି, ଅନୁପ ନାହାକ ପ୍ରମୁଖ ବିଦ୍ୟାର୍ଥୀ ଏହି ବିଜ୍ଞାନ ମେଳରେ ଅଂଶ ଗ୍ରହଣ କରିଥିଲେ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ଶେଷରେ ଶିଶୁ ମନ୍ଦିର ର
ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *