ବଲାଙ୍ଗିର ଏସ.ୟୁ.ଜେ ଉପ ସଭାପତି ରୋହନ ଙ୍କୁ ସମ୍ବର୍ନ୍ଧନା।

କଣ୍ଟାବାଞ୍ଜି,୪|୧୨: ଓଡିଶା ସାମ୍ବାଦିକ ସଂଘ (ଏସ.ୟୁ.ଜେ) ର ବଲାଙ୍ଗିର ଜିଲ୍ଲା ନୂତନ କାର୍ଯ୍ଯକର୍ତ୍ତା ମନୋନୀତ ହୋଇଛନ୍ତି। ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏଜ.ୟୁ.ଜେ ବଲାଙ୍ଗିର ଜିଲ୍ଲା ଶାଖାର ସାଧାରଣ ବୈଠକ ରେ ଓଡିଶା ସାମ୍ବାଦିକ ସଂଘ (ଏଜ.ୟୁ.ଜେ) ବଲାଙ୍ଗିର ଜିଲ୍ଲା ଉପ ସଭାପତି ଭାବେ କଣ୍ଟାବାଞ୍ଜି ଅଞ୍ଚଳ ର ଯୁବ ସାମ୍ବାଦିକ ରୋହନ କୁମାର ମହତ ଙ୍କୁ ସମସ୍ତ କାର୍ଯ୍ଯକର୍ତ୍ତା ମନୋନୀତ କରିଛନ୍ତି। ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସବୁ ବେଳେ ସତ୍ଯତା ଓ ଗ୍ରାଉଣ୍ଡ ଜିରୋ କୁ ଯାଇ ସବୁ କ୍ଷେତ୍ର ରେ ଖବର ପ୍ରକାଶିତ କରିବା ସହ ଅନେକ ଉପାନ୍ତ ଅଞ୍ଚଳ ର ସମସ୍ୟା କୁ ନେଇ ସେ ସରକାର ଓ ପ୍ରଶାସନ ନଜର କୁ ଆଣି ଲୋକ ଙ୍କ ସମସ୍ୟାର ସମାଧାନ ଦିଗ ରୋହନ କାମ କରିଥାନ୍ତି। ଉପ ସଭାପତି ଭାବେ ରୋହନ ଙ୍କୁ ମନୋନୀତ ହେବା ପରେ ବୁଧବାର କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ଯୁବ ବିଜେଡି ନେତା ଗିରିରାଜ ସିଂ ମାଝୀ ଙ୍କ ନେତୃତ୍ବ ରେ ତୁରେକେଲା ବ୍ଲକ ଚାଟୁଅନକା ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଉପଢୌକନ ଓ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମୟରେ ପୂର୍ବତନ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝୀ, ବିଜୁ ମହିଳା ଜନତା ଦଳ ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, ନଗର ସଭାପତି ଦେବାର ବାରିକ, ନଗର ଯୁବ ସଭାପତି ବିଷ୍ଣୁ ଯୁଏଡ, ବରିଷ୍ଠ ବିଜେଡି ନେତା ଦୈତାରି ଭୋଇ, ସାମ୍ବାଦିକ ତୁଳସୀରମ ଜଗତ, ସମାସେବୀ ଡବୁ ଲାଠ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସାଇ ଭାଇ ସୋସିଆଲ ୱାର୍କର ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ରାଜେନ୍ଦ୍ର ଦୀପ ଙ୍କ ନେତୃତ୍ବ ରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଲା ଠାରେ ଉପ ସଭାପତି ରୋହନ ସହ ଜିଲ୍ଲା କାର୍ଯ୍ଯକାରୀ ସଦସ୍ଯ ତୁଲସୀରାମ ଜଗତ, ଯୁଗଳ କିଶୋର ଶବର, ସଦସ୍ଯ ମୋହନ ସୁନା ଙ୍କୁ ମଧ୍ଯ ଉପଢୌକନ ଓ ପୁଷ୍ପମାଲ୍ଯ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ର ଉପେନ୍ଦ୍ର ଦୀପ, ଗୁଲାମ ଜିଲାନୀ, ଉପାସନା ଚୋହାନ, ଦୀପକ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଉପ ସଭାପତି ରୋହନ ଓଡିଶା ସାମ୍ବାଦିକ ସଂଘ (ଏଜ.ୟୁ.ଜେ) ର ରାଜ୍ଯ ଓ ଜିଲ୍ଲା ନେତୃ ମଣ୍ଡଳ କୁ ଧନ୍ୟବାଦ ଜଣାଇବାକୁ ସହ ଏଜ.ୟୁ.ଜେ ର ନିତି ନିୟମ ଅସୁସାରେ କାମ କରିବି ବୋଲି ସେ କହିଛନ୍ତି। ରୋହନ ଉପ ସଭାପତି ଭାବେ ମନୋନୀତ ହେବା ପରେ ତାଙ୍କୁ ଶୁଭେଛା ର ସୁଅ ଛୁଟୁଛି।
i: ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *