
: ତୁରେକେଲା,୩|୧୨ ବଲାଙ୍ଗିର ଜିଲ୍ଲା ତୁରେକେଲା ପୋଲିସ ପକ୍ଷରୁ ରାଜ୍ୟ ବାହାର କୁ ଚାଲାଣ ହେଉଥିବା ବେଳେ ୨ ଟେ ସ୍ଥାନ ରୁ ୨୨ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ କୁସପାଲି ଗାଁ ର ୩ ଜଣ ପୁରୁଷ, ୨ଜଣ ମହିଳା,୫ ଜଣ ଶିଶୁ ଶ୍ରମିକ ଥିବା ବେଳେ ଦାଦନ ସର୍ଦ୍ଦାର କୁସପାଲି ଗାଁ ର ଦୟାସାଗର ମେହେର ଓ ସହଯୋଗୀ ସର୍ଦ୍ଦାର ଟିକଚନ ମାଝୀ ବେଆଇନ ଭାବେ ରାଜ୍ଯ ବାହାର କୁ ଶ୍ରମିକ ଚାଲାଣ କରୁଥିବା ବେଳେ ତୁରେକେଲା ପୋଲିସ ଖବର ପାଇଁ ଖର୍ଲି ଗାଁ ଠାରୁ ସେମାନଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାର ଙ୍କୁ ଗିରଫ କରିଛି। ସେହିପରି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସିଲେପାନି, ପଲସିପାନି, ଜଗନ୍ନାଥ ପାଳି ର ୧୨ ଜଣ ଶ୍ରମିକ ଙ୍କ ମଧ୍ଯ ରେ ୫ ଜଣ ପୁରୁଷ, ୪ଜଣ ମହିଳା,୩ଜଣ ଶିଶୁ ଶ୍ରମିକ ରହିଛନ୍ତି। କଣ୍ଟାବାଞ୍ଜି ଥାନା ଢୁଶାମୁନ୍ଡା ଗାଁ ର ଭରତ କେତକୀ ତୁରେକେଲା ଷ୍ଟେସନ ରୁ
ଟ୍ରେନ ଯୋଗେ ଶ୍ରମିକ ଚାଲାଣ କରିବାକୁ ନେଇଥିବା ବେଳେ କୁଇବାହାଲ ଗାଁଠାରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ। ବେଆଇନ ଚାଳାଣ କରୁଥିବା ତିନି ଜଣ ଦାଦନ ସର୍ଦ୍ଦାର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାର ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।
ବଲାଙ୍ଗୀର ରୁ ଦୁର୍ଜ୍ୟୋଧନ ବର୍ଗେ ଙ୍କ ରିପୋର୍ଟ