ବିରୋଧ ପରେ ଦକ୍ଷିଣ କୋରିଆରୁ ଉଚ୍ଛେଦ ହେଲା ରାଷ୍ଟ୍ରପତି ଶାସନ

ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଦେଶରେ ଜରୁରୀକାଳୀନ ସାମରିକ ଆଇନ ଘୋଷଣା କରିଥିବା ବେଳେ ଆଜି ପୁଣି ତାହାକୁ ଉଚ୍ଛେଦ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ କୋରିଆରେ ଏକ ନାଟକୀୟ ରାଜନୖତିକ ଅସ୍ଥିରତା ଦେଖାଦେଇଛି। ବିଳମ୍ବିତ ରାତିରେ ଅଧିବେଶନରେ ଉଭୟ ଶାସକ ତଥା ବିରୋଧୀ ଦଳର ୩୦୦ ଜଣଙ୍କ ମଧ୍ୟରୁ ୧୯୦ ଜଣ ନେତା ସର୍ବସମ୍ମତି କ୍ରମେ ସାମରିକ ଆଇନକୁ ଲାଗୁ କରିବାକୁ ନିଷ୍ପତ୍ତି ନେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପୁଣି ହଟାଇ ଦିଆଯାଇଛି। “ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ; ଋଷ ରାଷ୍ଟ୍ରପତି” ଉତ୍ତର କୋରିଆର ସୈନ୍ୟବାହିନୀଙ୍କୁ ହଟାଇବା ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଶପଥ ନେଇ ୟୋନ୍ ଏକ ଟେଲିଭିଜନ ଭାଷଣରେ ଏହି ଘୋଷଣା କରିଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପଗୁଡିକ ଦେଶର ଶାସନ ଏବଂ ଗଣତନ୍ତ୍ର ଉପରେ କି ପ୍ରଭାବ ପକାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନହଉଣୁ ଏହାକୁ ଉଚ୍ଛେଦ ବି କରି ଦିଆଯାଇଛି। Powered By ଉପରାଷ୍ଟ୍ରପତିଙ୍କ ସହିତ ସିଧାସଳଖ ସଂପର୍କରେ ଆସୁଥିବା ସମସ୍ତଙ୍କର ହେବ ଆଣ୍ଟିଜେନ୍ ପରୀକ୍ଷା : ବିଏମସି କମିଶନର 5 5 00:00 / 01:36 ଆସନ୍ତା ବର୍ଷର ବଜେଟ୍ ବିଲ୍ ଉପରେ ଉଦାରବାଦୀ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନଙ୍କ କଞ୍ଜର‌େବେଟିଭ୍ ପିପୁଲ୍ସ ପାୱାର ପାର୍ଟି ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ତାଙ୍କ ପତ୍ନୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ହୋଇଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତର ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁଥିପାଇଁ ସେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ରାଜନୈତିକ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି।

Leave a Reply

Your email address will not be published. Required fields are marked *