ଜଙ୍ଗଲୀ ବିଷାକ୍ତ ଫୁଲ ଖାଇ ଗୋଟିଏ ପରିବାରେ ସାତ ଜଣ ଗୁରୁତର ଅସୁସ୍ଥ.ଡାକ୍ତରଖାନା ରେ ଗୁରୁତର ଅବସ୍ଥା ଭର୍ତି

ପାଲଲହଡା : ଅନଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ଖୁଲୁଡ଼ି ଆଦିବାସୀ ଗ୍ରାମରେ ଅଭନୀୟ ଘଟଣା ଜଙ୍ଗଲୀ ଫୁଲ କୁ ରୋଷେଇ କରି ଖାଇ ଗୋଟିଏ ପରିବାର ର ମା ଓ ଶିଶୁ ଙ୍କ ସମେତ ସାତ ଜଣ ଗୁରୁତର ଅସୁସ୍ଥ ହୋଇ ପାଲଲହଡା ଡାକ୍ତରଖାନା ରେ ଚିକିତ୍ସା ପାଈଁ ଭର୍ତି

ସୂଚନା ଅନୁସାରେ ପାଲଲହଡା ଖୁଲୁଡ଼ି ଆଦିବାସୀ ଗାଁ ର ଗଙ୍ଗା ହେମ୍ବ୍ରମ ଙ୍କ ଝିଅ ଗାଁ ନିକଟସ୍ଥ ଜଙ୍ଗଳରୁ କିଛି ଜଙ୍ଗଲୀ ଫୁଲ ସଂଗ୍ରହ କରି ରୋଷେଇ କରି ଖାଇବା ପାଈଁ ଘରକୁ ଆଣିଥିଲେ ତେବେ ଏମାନେ ଅତ୍ୟଧିକ ଗରିବ ପରିବାରରୁ ହୋଇଥିବାରୁ ଏମାନେ ଗାଁ ନିକଟସ୍ଥ ଜଙ୍ଗଲ ରୁ ଜଙ୍ଗଲୀ ଫୁଲ, ଫଳ ସଂଗ୍ରହ କରି ଖାଇଥାନ୍ତି ଆଜି ମଧ୍ୟ୍ୟ ଜଙ୍ଗଲୀ ଫୁଲ କୁ ରୋଷେଇ କରିଥିଲେ, ବିଷାକ୍ତ ଫୁଲକୁ ମା ହୀରାମଣି ଏହାକୁ ରୋଷେଇକରି ନିଜ 6 ଛୁଆକୁ ଖାଇବାକୁ ଦେଇଥିଲେ ଏବଂ ନିଜେ ମଧ୍ୟ ଖାଇଥିଲେ ଏହା ବିଷାକ୍ତ ହୋଇଥିବାରୁ ମା ହୀରାମଣି ଙ୍କ ସମେତ ଶିଶୁ ରୋହିତ ହେମ୍ବ୍ରମ (8) ବାଦଲ ହେମ୍ବ୍ରମ (6) ଓ ଝିଅ କ୍ଷୀରଦିନି (13) ସୋନାଲି ହେମ୍ବ୍ରମ (11),ସୁଭଦ୍ରା ହେମ୍ବ୍ରମ (15),ହୀରାମଣି ହେମ୍ବ୍ରମ (30) ସମସ୍ତେ ଏକା ସାଙ୍ଗରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ତେବେ ଗାଁ ଲୋକଙ୍କ ସହାୟତା ରେ ଗଙ୍ଗା ହେମ୍ବ୍ରମ 108 ସେବା ଗାଡିକୁ ଡକାଇ ପାଲଲହଡା ମେଡିକାଲ ଭର୍ତି କରିଥିଲେ କାଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ଭୋଇ ସମସ୍ତ ଅସୁସ୍ଥ ମାନଙ୍କୁ ଚିକିତ୍ସା ଆରମ୍ଭ କରିଦେଇଥିଲେ
ଚିକିତ୍ସା ର ଏକ ଘଣ୍ଟା ପରେ ପରିବାର ସମସ୍ତ ସଦସ୍ୟ ବିପଦ ମୁକ୍ତ ଅଛନ୍ତି ବୋଲ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *