ଶିଶୁ ଦିବସରେ ଅଘଟଣ: ଶିକ୍ଷକ ଅକାଳ ମୃତ୍ୟୁ

ତୁରେକେଲା :ଶିଶୁ ଦିବସ ପ୍ରତ୍ୟେକ ସରକାରୀ ଓ ବେସରକରୀ ବିଦ୍ୟାଳୟରେ ଧୁମଧାମରେ ପାଳନ କରାଯାଉଛି ଏହି ଦିବସ। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ତୁରେକେଲାର ବ୍ଲକ ଅନ୍ତର୍ଗତ କୁଇବାହାଲ ପଲ୍ଲି ବିକାଶ ପଞ୍ଚାୟତ ହାଇସ୍କୁଲ ଠାରେ ମଧ୍ଯ ବହୁ ଧୁମଧାମ ପାଳନ କରାଯାଇଥିଲା ଶିଶୁ ଦିବସ। ଏହି ଅବସରରରେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ ଶିଶୁ ଅଭିଭାଷଣ ଦେବା ସମୟରେ ହଠାତ ଟଳିପଡିଥିଲେ। ସହଯୋଗୀ ଶିକ୍ଷକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଶିକ୍ଷକଙ୍କ ଘର କଟକ ଜିଲ୍ଲା ଛତିଆ ଅଞ୍ଚଳରେ ହୋଇଥିବାବେଳେ କଣ୍ଟାବାଞ୍ଜି ସହରରେ ଭଢା ଘରେ ରହି କୁଇବାହାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁବରଣ ପରେ ଶିକ୍ଷକ ମହଲରେ ଶୋକାକୂଳ ପରିବେଶ ଦେଖାଦେଇଛି। କଣ୍ଟାବାଞ୍ଜି ଡାକ୍ତରଖାନ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *