
ଜୟପାଟଣା ୧୪/୧୧
ନଭେମ୍ବର ୧୪ସମଗ୍ର ଦେଶରେ ଶିଶୁ ଦିବସ ଭାବରେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼|ସ୍ଥିତ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିଶୁ ଦିବସ ରେ ନିଜ ଶିକ୍ଷା ଅଧିକାର ପାଇଁ ରାଜ ଦାଣ୍ଡ କୁ ଓହ୍ଲାଇ ଶିକ୍ଷକ ନିଯୁକ୍ତି ଦାବୀ କରି ଆନ୍ଦୋଳନ କୁ ଓହ୍ଲାଇବା ଘଟଣା ବହୁଳ ଭାବରେ ଚର୍ଚ୍ଚା ର ବିଷୟ ହୋଇଛି|ଇନ୍ଦ୍ରାବତୀ ବହୁମୁଖି ପ୍ରକଳ୍ପ ଓଡ଼ିଶା ମାଟି କୁ ବିଜୁଳି ଓ କଳାହାଣ୍ଡି ମାଟି କୁ ଚିରହରିତ କରିବା ପାଇଁ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ମୋରାରଜୀ ଦେଶାଇ ଭିତ୍ତି ପ୍ରସ୍ତର ଦେଇଥିଲେ|ପ୍ରକଳ୍ପ ଆରମ୍ଭ ସାଙ୍ଗକୁ ସଂପୃକ୍ତ ଅଞ୍ଚଳ ର ଶିକ୍ଷା, ସ୍ଵାସ୍ଥ୍ୟ ଗମନାଗମନ ବ୍ୟବସ୍ଥା ର ସାମୁହିକ ବିକାଶ ପାଇଁ ପ୍ରକଳ୍ପ ଚୁକ୍ତି ବଦ୍ଧ ହେଲା|ତଦନୁଯାୟୀ ୧୯୮୨/୮୩ଶିକ୍ଷା ବର୍ଷରୁ ପ୍ରଭାବିତ ମାନଙ୍କ ଶିକ୍ଷାର ବିକାଶ ପାଇଁ ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟ ଆରମ୍ଭ ହୋଇ ବେଶ୍ ଖ୍ୟାତି ଅର୍ଜନ କଲା|କିନ୍ତୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ କୋଟି କୋଟି ତାଙ୍କର ରାଜସ୍ବ ପାଇବା ବେଳକୁ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ିବାକୁ ବସିଲା|ସମୟ ସ୍ରୋତରେ ଏବେ ଷଷ୍ଠ ରୁ ଦଶମ ଶ୍ରେଣୀ ମଧ୍ୟରେ ୨୩୬ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ସମେତ ଅନ୍ୟଜଣେ ସହକାରୀ ଶିକ୍ଷକ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ଚାଲୁଥିବା ଭଳି ଦୁର୍ଭାଗ୍ୟ ଜନକ ସ୍ଥିତି ଉତ୍ପନ୍ନ ହୋଇ ସାରିଛି|ଇତି ମଧ୍ୟରେ ଜଣେ ହିନ୍ଦୀ ଶିକ୍ଷକ ଅସ୍ଥାୟୀ ଭାବରେ ସପ୍ତାହ କୁ ତିନି ଦିନ ଶିକ୍ଷା ଦାନ ଦେଉଥିବା ସୂଚନା ମିଳିଛି|ଘଟଣା ଯଦି ସତ୍ୟ ତାହାହେଲେ ଏହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ସରକାର ଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି|ଅନୁଷ୍ଠାନ କୁ ଭଲପାଇ ଶିକ୍ଷା ରତ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଦୁର୍ବିସହ ହେବାପରେ ଆଜି ଭଳି ପବିତ୍ର ଦିନରେ ଶତାଧିକ ଛାତ୍ର ଛାତ୍ରୀ ଆନ୍ଦୋଳନ କୁ ଓହ୍ଲାଇବା ଘଟଣା ସାମୟିକ ଭାବରେ ପ୍ରଶାସନ ରେ ନିଦ ହଜାଇ ଦେଇଛି|ଘଟଣା ସ୍ଥଳରେ ଜୟପାଟଣା ବି ଡି ଓ ଧର୍ମ ରାଜ ମାଝୀ, ବି ଈ, ଓ ପ୍ରେମ ନାରାୟଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଷୀ ପ୍ରମୁଖ ଆସନ୍ତା ସୋମବାର ସୁଦ୍ଧା ପାଞ୍ଚଜଣ ଶିକ୍ଷକଙ୍କୁ ଅସ୍ଥାୟୀ ନିୟୋଜନ ପାଇଁ ପ୍ରତିଶ୍ରୁତି ଦେବା ପରେ ଛାତ୍ର ଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ|ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଦ୍ଵାରା ଏହି ଉଚ୍ଚ ବିଦ୍ୟାଳୟ ପରିଚାଳିତ ହୋଇ ଆସୁଥିବା ବେଳେ ଗତ ୨୦୨୨ମସିହା ରୁ ଜଳ ସମ୍ପଦ ବିଭାଗ ହାତରେ ପରିଚାଳନା ଭାର ରହି ଆସିଛି|ଏବେ ବିଦ୍ୟାଳୟ ୫ଟି ମାନ୍ୟତା ପାଇଥିବା ବେଳେ ଶିକ୍ଷକ ନିଯୁକ୍ତି କୁ ଜଳ ସମ୍ପଦ ବିଭାଗ ଅଗ୍ରାଧିକାର ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି|
ଶେଷ ଦେବ ବେହେରା
ଜୟପାଟଣା