ଲୁହା ଛଡ଼ ଚୋରି କରି ଜେଲ ଗଲେ ୮ ଜଣ ଯୁବକ : ଚୋର ଙ୍କୁ ଧରି କୋର୍ଟ ଚାଲାଣ କଲା କେସିଙ୍ଗା ପୋଲିସ ।

କେସିଙ୍ଗା ତା 13.11.24

ଗତ ୧୦ ତାରିଖ ରାତିରେ କେସିଙ୍ଗା ବ୍ଲକ୍ ଡୁମେର ମୁଣ୍ଡା ଠାରେ ଥିବା କେସିଙ୍ଗା ଏନ୍ ଏ ସି ର ଆବର୍ଜନା ଗୃହ ଠାରୁ ଲୁହା ଛଡ ଚୋରି ହୋଇଥିବା ନେଇ ଗତ ୧୧ ତାରିଖ ରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ କୁ ଭିତ୍ତି କରି କେସିଙ୍ଗା ଥାନାର ଏ ଏସ୍ ଆଇ ଡି. ମୋହନ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ।ଅଭିଯୋଗ ର ୨୪ ଘଣ୍ଟା ଭିତରେ ଗତ କାଲି ଚୋରି ଘଟଣାରେ ସଂପୃକ୍ତ ଥିବା ଆଠ ଜଣ ଯୁବକ ଙ୍କୁ ଗିରଫ କରିବାରେ ସଫଳ ହେଲା କେସିଙ୍ଗା ପୋଲିସ ।ଗିରଫ ଯୁବକ ମାନେ ହେଲେ ଛବି ତାଣ୍ଡି ବୟସ ୨୯,କାମଦେବ ସୁନା ବୟସ ୨୦,ଲିଙ୍ଗ ସୁନା ବୟସ ୩୨,ସୁନ୍ଦର ସିଂ ହରିଜନ ବୟସ ୨୩,ଧର୍ମେନ୍ଦ୍ର ହରିଜନ ବୟସ ୩୦,ସୀତାକାନ୍ତ କରୁଆଁ ବୟସ ୨୦,ଜିତେନ୍ଦ୍ର ହରିଜନ ବୟସ ୨୭ ଓ ପ୍ରଫୁଲ୍ଲ ପାୟା ସିଂ ବୟସ ୩୬ ଓ ଏମାନଙ୍କ ମଧ୍ୟରୁ ୭ ଜଣ ଡୁମେରମୁଣ୍ଡା ର ବାସିନ୍ଦା ହୋଇଥିବା ବେଳେ ଜଣେ ସିରୋଲ ଗାଁ ର ବୋଲି ଜଣାପଡିଛି ।ସେମାନଙ୍କ ନିକଟରୁ ଚୋରି ହୋଇଥିବା ୭ ବଣ୍ଡଲ ଲୁହା ଛଡ଼ ଓ ଗୋଟେ କଟର ମେସିନ ଜବତ କରିଛି ପୋଲିସ । ୮ ଜଣ ଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *