
ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଟ୍ରମ୍ପ । ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ଼ ଦାୟିତ୍ବ । ତୁଳସୀଙ୍କୁ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ଟ୍ରମ୍ପ । ୨୦୧୩ରୁ ୨୦୨୧ ଯାଏଁ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ଥିଲେ ତୁଳସୀ । ବାଇଡେନ୍ ପ୍ରଶାସନର କଟ୍ଟର ଆଲୋଚକ ଭାବେ ଜଣାଶୁଣା ତୁଳସୀ । ମାର୍କୋ ରୁବିଓଙ୍କୁ ବୈଦେଶିକ ମନ୍ତ୍ରୀ ଘୋଷଣା କଲେ ଟ୍ରମ୍ପ । ସେହିପରି ଡୋନାଲ୍ଟ ଟ୍ରମ୍ପଙ୍କ ସରକାରରେ ହେଲେ ବିଶ୍ୱର ସବୁଠାରୁ ବଡ଼ ଧନୀ ତଥା ଟେସ୍ଲା ମାଲିକ ଏଲୋନ ମସ୍କ । ତାଙ୍କୁ ବଡ଼ ଦାୟିତ୍ୱ। କେବଳ ତାଙ୍କୁ ନୁହେଁ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀଙ୍କୁ ମଧ୍ୟ ବଡ଼ ବିଭାଗର ଦାୟିତ୍ୱ ତୁଲାଇବାକୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ “ଟ୍ରମ୍ପଙ୍କ ବିଜୟ ଭାରତ ଉପରେ କି ପ୍ରଭାବ ପଡିବ, ଜୟଶଙ୍କର କହିଦେଲେ କିଛି ଏମିତି …” ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟ୍ରେ ବିଜୟୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ୪ ବର୍ଷ ପରେ ପୁଣି ଥରେ ସେ ହ୍ୱାଇଟ୍ ହାଉସରେ କରିଛନ୍ତି ଏଣ୍ଟ୍ରି। ଆସନ୍ତ ବର୍ଷ ଜନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ। ତେବେ ଏହା ପୂର୍ବରୁ ସେ ନିଜ ଟିମ୍ ଗଠନ କରିବାରେ ବ୍ୟସ୍ତ ଅଛନ୍ତି। କାହାକୁ କେଉଁ ଦାୟିତ୍ୱ ଦେବେ, କିଏ ତାଙ୍କ କ୍ୟାବିନେଟ୍ରେ ସାମିଲ ହେବେ ସେ ନେଇ ଚଳାଇଛନ୍ତି ଅଙ୍କକଷା। ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ ସମାପ୍ତ କରିବା ଏବଂ ଫେଡେରାଲ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା। କହିବାକୁ ଗଲେ ଅଫିସର ରାଜ୍ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ ଆଶାବାଦୀ ଅଛନ୍ତି।