ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଉପଲକ୍ଷେ ଭଜନ ସନ୍ଧ୍ୟା

ଅନୁଗୋଳ, (ଦିଲୀପ କୁମାର ଚୋପଦାର, କଳିଙ୍ଗ ପ୍ରଭା ଟିଭି ) : ଅନୁଗୋଳ ସ୍ଥିତ ଶୈଳ ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ ଉପଲକ୍ଷେ ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସେବା -ସାଂସ୍କୃତିକ ଅନୁଷ୍ଠାନ ଜନ ସେବକ ସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନ ସେବକ ସଂଘର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ନୀଳଚକ୍ର ଭଜନ ସନ୍ଧ୍ୟାର ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦ, ସୁବାସ କୁମାର, ମୁନା, ଚନ୍ଦ୍ରକଳା ଦାସ, ବବିତା ଧୀର ପ୍ରମୁଖ କଣ୍ଠଶିଳ୍ପୀ ମାନେ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିବାବେଳେ ବାଦ୍ୟ ଯନ୍ତ୍ରରେ କାହ୍ନା, ରାଜୁ, ପାପୁନ, ପିଣ୍ଟୁ, ସିନ ପ୍ରମୁଖ ଶିଳ୍ପୀ ମାନେ ସହଯୋଗ କରିଥିଲେ। ଜ୍ୟୋତି ପ୍ରକାଶ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମଟି ଅତି ଉଚ୍ଚକୋଟିର ହୋଇଥିଲା। ଜନ ସେବକ ସଂଘ ପକ୍ଷରୁ ଦୀର୍ଘ ୪୦ ବର୍ଷ ଧରି ଜଗନ୍ନାଥ ମନ୍ଦିର ନିକଟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ ହେଉଛି।

Leave a Reply

Your email address will not be published. Required fields are marked *