ଖୁବ ଶୀଘ୍ର ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ହେବ ଉତ୍ତମ ଅଗ୍ନି ନିରାପତ୍ତା ବ୍ୟବସ୍ଥା: ମୟୂରଭଞ୍ଜ ଜିଲ୍ଲାପାଳ

ବାରିପଦା (ଦୀନବନ୍ଧୁ ବାରିକ, କଳିଙ୍ଗପ୍ରଭା ଟିଭି) : ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ଉତ୍ତମ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସଭାଗୃହ ଠାରେ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଆଭିମୁଖ୍ୟ ଏହା ଥିଲାଯେ, ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଉତ୍ତମ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଅପାତକାଳୀନ ପରିସ୍ଥିତିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଠିକ ଭାବରେ ହେବା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟବସ୍ଥାରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ କିଭଳି ରୋଗୀ, କର୍ମଚାରୀ ତଥା ଅନ୍ୟାନ୍ୟ ହିତାଧିକାରୀ ମାନେ କିପରି ଅସୁବିଧାରେ ସମ୍ମୁଖୀନ ନହେବେ ସେଭଳି ବ୍ୟବସ୍ଥା କରିବାକୁ ଜିଲ୍ଲପାଳ ଶ୍ରୀ ଶିନ୍ଦେ କହିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ଚିକିତ୍ସାଳୟ ଗୁଡିକର ନିରୀକ୍ଷଣ କରି ଉପଯୁକ୍ତ ବ୍ୟବସ୍ଥା କରାଇବା ପାଇଁ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ କହିଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଭୟ କୁମାର ଦାଶ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଡଃ ବିଜୟ କୁମାର ଦାଶ, ଡିନ୍ ଏବଂ ପ୍ରିନ୍ସିପାଲ୍ , PRMMCH ଡଃ ପ୍ରତିଭା ପଣ୍ଡା, ଡିପିଏମ (NHM) ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି, ଅଗ୍ନିଶମ ଅଧିକାରୀ ଶ୍ରୀ ବିଶ୍ୱନାଥ ମୁଣ୍ଡା, ସହକାରୀ ଜିଲ୍ଲାପାଳ ଶ୍ରୀ ଶ୍ରୀକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ରହି ଏହି ବ୍ୟବସ୍ଥାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।ଇତି।
ଦୀନବନ୍ଧୁ ବାରିକ

Leave a Reply

Your email address will not be published. Required fields are marked *