
ବୈପାରିଗୁଡା ( ବିକ୍ରାନ୍ତ କୁମାର ବେବର୍ତ୍ତା )ବୈପାରିଗୁଡା ଅଂଚଳରେ ପବିତ୍ର ବାହୁଡା ଯାତ୍ରା ଉତ୍ସାହର ସହିତ ପାଳିତ ହୋଇଛି ।ବୈପାରିଗୁଡା ସ୍ଥିତ ବିରଖମ୍ବ ସାହିରେ ଥିବା ଗୁଣ୍ଡିଚା ମନ୍ଦିରରେ ପ୍ରଭାତରୁ ଶ୍ରୀ ଜିଉ ମାନଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯିବା ପରେ ଜୀଉ ମାନଙ୍କୁ ପହଣ୍ଡି କରି ନିଆଯାଇ ରଥାରୁଢ କରାଯାଇଥିଲା । ନବକଳେବର ଠାରୁ ବୈପାରିଗୁଡା ଗ୍ରାମର ରଥକୁ ବିଶ୍ୱ ପ୍ରସିଦ୍ଧ ପୁରୀର ରଥ ସଦୁଶ୍ୟ ଢ଼ାଶାରେ ନିର୍ମାଣ କରାଯାଉଥିବା ବେଳେ ବାହୁଡା ଯାତ୍ରା ଦେଖିବା ପାଇଁ ଅନ୍ୟ ଜିଲ୍ଲା ସହ ବିଭିନ୍ନ ଗ୍ରାମର ଭକ୍ତ ମାନେ ବୈପାରିଗୁଡାକୁ ରଥ ଟାଣିବା ପାଇଁ ଆସୁଥିବାର ଜଣାପଡିଛି । ପ୍ରଥମେ ସୁଦର୍ଶନ ପରେ ପରେ ବଳଭନ୍ଦ୍ର, ସୁଭନ୍ଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା । ଚତୁର୍ଦ୍ଧାମୂର୍ତି ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରିଥିଲେ । ଅପରାହ୍ନରେ ରଥ ଉପରେ ବୈପାରିଗୁଡା ରାଜା ବାପି ଜଗଦେବ ଛେରା ପହଁରା ନୀତି ଶେଷ ହେବା ପରେ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଘଣ୍ଠଘଣ୍ଠା, ତୁରୀ,ମହୁରୀ ବାଦ୍ୟ ଓ ଶଙ୍ଗଧ୍ୱନି, ହରିବୋଲ ହୁଳହୁଳି ମଧ୍ୟରେ ମହାପ୍ରଭୁଙ୍କୁ ରଥାରଢ କରି ଉତ୍ସାହ ଉଦ୍ଦିପନା ମଧ୍ୟରେ ରଥ ଟାଣି ଜଗନ୍ନାଥ ମନ୍ଦିରକୁ ପାଖକୁ ନେଇ ଯାଇଥିଲେ ସମସ୍ତ ଦେବ କାର୍ଯ୍ୟ ଶେଷ ହେବା ପରେ ୪ ଟା ସମୟରେ ରଥରୁଢ଼ କରାଯାଇଥିଲା । ତାହାପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଦିନ ତମାମ ଲଗୁଚାପ ବର୍ଷା ଳାଗି ରହିଥିବା ସତ୍ୱେ ରଥ ଟାଣିବା ସମୟରେ ମେଗୁଆ ପାଗରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିରହିଛି । ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ସହ ରଥ ଛୁଇଁବା ଓ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେ । ବୈପାରିଗୁଡା ଠାରେ ୪୦ ଫୁଟର ରଥ ନିର୍ମାଣ କରାଯାଉଥିବାରୁ ମନ୍ଦିର କମିଟି ପକ୍ଷରୁ ଶୃଙ୍ଗଳିତ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି ।ସଂନ୍ଧ୍ୟା ୭ ସମୟରେ ମନ୍ଦିର ପାଖରେ ରଥ ପହଚାଂଥିଲା ।ଏହି ଅଚାଂଳର ବୈପାରିଗୁଡା, ରାମଗିରି ଓ ଦଶମନ୍ତପୁର ଗ୍ରାମରେ ମଧ୍ୟ ବାହାଡୁଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି ।