
ରାଜଗାଙ୍ଗପୁର 22/6/24(ପୂର୍ଣ୍ଣ ଚନ୍ଦ୍ର ପାଢୀ): ରାଜଗାଙ୍ଗପୁର ରେ ବିଭିନ୍ନ ସ୍ଥାନରେ ନିର୍ମିତ ଜଗନ୍ନାଥ ମନ୍ଦିର ମାନ ଙ୍କର ଦେବ ସ୍ନାନ ଉତ୍ସବ ମହା ଆଡ଼ମ୍ବର ସହ ହସ ଉଲ୍ଲାସରେ ପାଳନ କରା ଯାଇଛି l ରାଜଗାଙ୍ଗପୁର ର କୁମ୍ଭରକେଲା ସ୍ଥିତ ବହୁ ପୂରାର୍ତନ ପ୍ରଭୁ ଜଗନ୍ନାଥ ମନ୍ଦିର ମଧୁସୂଦନ କଲୋନୀ, ଏବଂ ଲିପଲୋଇ ସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁର ଙ୍କୁ ସ୍ନାନ ମଣ୍ଡପ କୁ ପହଣ୍ଡି ବିଜେ କରା ଯାଇ ଥିଲା l ସେଠାରେ ନୀତି ନିୟମ ଆରମ୍ଭ କରାଯାଇ ପ୍ରଥମ ରେ ମଙ୍ଗଳ ଆଳତୀ , ଗୋ ପୁଜା, ଗୁରୁ ପୂଜା, ସୂର୍ଯ୍ୟ ପୂଜା, ଗଣପତି ପୂଜା, ମହାସ୍ନାନ କରା ଯାଇ ଥିଲା l ପଞ୍ଚ ଉପଚାର ପୂଜା, ହୋମ, ଆଳତି, ପରେ ଧୂପ ଦୀପ ନୈବେଦ୍ୟ ରେ ପୂଜାର୍ଚନା କରି ଥିବା ଦେଖିବାକୁ ମିଳିଥିଲା l ପ୍ରଭୁଙ୍କୁ ସୁସର୍ଜିତ ଭାବେ ପ୍ରଭୁ ମାନଙ୍କୁ ଗଜାନନ ବେଶ ପରେ ହାତୀ ବେଶ କରା ଯିବା ପରେ ତିନି ଠାକୁରଙ୍କୁ ଅଣସର ଗୃହକୁ ବିଜେ କରା ଯାଇଥିଲା l ମନ୍ଦିର ମାନଙ୍କ ରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ପୁଷ୍ପ ମାଳ ରେ ମନ୍ଦିର ଗୁଡିକ କୁ ସଜ୍ଜିତ କରାଯିବା ସହ ବିଭିନ୍ନ ଆଲୋକର ସାଜଶଯ୍ୟା ର ମନୋହର ଦୃଶ୍ୟ ଦେଖିବାକୁ ମିଳିଥିଲା ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l