ଝାରବନ୍ଧ: ମାଁ ସିମୁଲିଖୁଲିଏନ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ 

ଝାରବନ୍ଧ – (କାର୍ତ୍ତିକ ବରିହା ଙ୍କ ରିପୋର୍ଟ ) ଵରଗଡ ଜିଲ୍ଲା ଝାରଵନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ମାଁ ସିମୁଲିଖୁଲିଏନ ଯୁବକ ସଂଘ ଆନୁକୂଲ୍ୟରେ ସିମୁଲିଖୋଲ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲଗାତାର ଚାରି ବର୍ଷ ହେଵ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଅଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ କିସମର ର ତିନିଶହ ଚାରା ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ମାଁ ସିମୁଲିଖୁଲିଏନ ଯୁବକ ସଂଘ ର ସଦସ୍ୟ ମାନେ ହେଲେ ରମେଶଗଜାକୁଶ, ବରୁଣ ପାଣ୍ଡେ, ଦେବାନନ୍ଦ ବରିହା, ପ୍ରକାଶ ବାଗ, ତାରା ଚନ୍ଦ୍ର ବରିହା,ସନାତନ ପାଣ୍ଡେ,ନାରେନ ପଟେଲ,ତ୍ରୀଲୋଚନ ପାଣ୍ଡେ, ଗୋବିନ୍ଦ ଲୁହୁରା, କିଶୋର ଡନସନା,ବିଜୟ ଵାଗ, ଆଶିଷ ବନଛୋର,ରଜତ ଲୁହୁରା, ନବ ଵାଗ,ମିତ୍ର ବାଗ, କିଶୋର ଲୁହୁରା, ବିଦ୍ୟାଧର ଷଣ୍ଢ,ସୁମିତ ପଟେଲ,ଗୁଲସନ ନାଏକ, ରିଙ୍କୁ ପ୍ରଧାନ,ଲେନିଷ ସାହୁ, ଦୀନେଶ ରାଉତ,କିଶନ କନ୍ଧ, ପ୍ରମୁଖ ସମସ୍ତ ମାଁ ସିମୁଲିଖୁଲିଏନ ଯୁବକ ସଂଘ ସଭ୍ୟ ମାନେ ବୃକ୍ଷ ରୋପଣ କରିଥିଲେ। ଏହି ପରି ମହତ୍ୱ କାର୍ଯ୍ୟକ୍ରମ କୁ ଅଞ୍ଚଳରେ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *