
ସେମିଲିଗୁଡା ରୁ ସୁନାମ ହନ୍ତାଳ ରିପୋର୍ଟ: କୋରାପୁଟ ଜିଲ୍ଲା।ବନ୍ଧୁଗାଁ ବ୍ଲକରେ ଲାଗିଲା ମାଓ ବ୍ୟାନର । ଦୀର୍ଘ ବର୍ଷ ପରେ ଲାଗିଲା ମାଓ ବ୍ୟାନର। ସାନ ସରପଲ୍ଲୀ ଛକରେ ଲାଗିଛି ଏହି ପୋଷ୍ଟର ।ସିପିଆଇ ମାଓବାଦୀ ନାମରେ ଲାଗିଛି ବ୍ୟାନର ।ତେଲୁଗୁ ଭାଷାରେ ଲେଖାଯାଇଛି । ଏବଂ ବିଜେଡି ନେତା ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦିଆ ଯାଇଛି ଚେତାବନୀ। ଏହି ବେନର ଦେଖି ଅଂଚଳ ରେ ଭୟ ବାତା ବରଣ ଦେଖା ଦେଇଛି,ଛତିଶଗଡ, ଶ୍ରୀକାକୁଲମ ଓ କୋରାପୁଟ ଡିଭିଜନ କମିଟି ନାମରେ ଲାଗିଛି ବ୍ୟାନର । ଘଟଣା ସ୍ଥଳରେ ପୋଲିସ ପହଂଚି ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି, ଏବଂ ତଦନ୍ତ ପରେ ଜଣା ପଡିବ, ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।