କାମରା ଠାରେ ରବି ମଣ୍ଡି ଉଦ୍ଘାଟିତ

(ବୋରିଗୁମା ରୁ ଏସ୍ ସୁନ୍ଦରମ ଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରବି ଧାନ ସଂଗ୍ରହ ପାଇଁ 3 ତାରିଖ ଠାରୁ ଜିଲ୍ଲାରେ ମଣ୍ଡି ଆରମ୍ଭ କରାଯାଇଛି। ଜୟପୁର ଉପଖଣ୍ଡ ବୋରିଗୁମ୍ମା ଲ୍ୟାମ୍ପ ଅଧୀନ ରେ ଥିବା କାମରା ମଣ୍ଡି କୁ ମୁଖ୍ୟ ଅତିଥି ଭାବେ ଲ୍ୟାମ୍ପ ସଭାପତି ଲାଲୁମଣି ସିଂ ଯୋଗଦେଇ ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। ଏହି ଅବସର ରେ ଉପସ୍ଥିତ ଚାଷି ଙ୍କୁ ଶୁଖା ଓ ସଫା ଧାନ ଆଣିବାକୁ ପରାମର୍ଶ ଦେଇଥିଲେ। ମଣ୍ଡି ଉଦଘାଟନ ସମୟରେ ଅତିଥି ଭାବେ ଡିଆର ସ୍ଥାନୀୟ ସର୍ବେଶ୍ୱର ନାୟକ, ଡିଆରସିଏସ ଭୀମସେନ ସାହୁ ,ଏଆରସିଏସ ସଦାନନ୍ଦ ବେହେରା , ଯୋଗାଣ ନିରୀକ୍ଷକ ବିଶ୍ୱଜୀତ ଦାସ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଚନ୍ଦ୍ରଶେଖର ସେଠିଆ, ବୋରିଗୁମ୍ମା ଲ୍ୟାମ୍ପ ପାରିଚାଳନା ନିର୍ଦେଶକ ପ୍ରସନ୍ନ କୁମାର ମିଶ୍ର, ହରପ୍ରସାଦ ରଥ, ଜୀବନ କୁମର ପଟନାୟକ, ବି,ଗୁରୁପ୍ରସଦ ରାଓ ଓ ଆରଏମସି କର୍ମଚାରୀ ଓ ମଣ୍ଡି ରେ ନିୟୋଜିତ ଶ୍ରମିକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *