
ବରଗଡ (ଝାରବନ୍ଧ ରୁ କାର୍ତ୍ତିକ ବରିହାଙ୍କ ରିପୋର୍ଟ): ଆଜି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯାଳୟ, ପଦ୍ମପୁର କର୍ମଚାରୀ, ଶ୍ରୀ ପ୍ରେମସାୟ କଲିହାରୀ ତାଙ୍କ ଚାକିରୀ ଜୀବନର ଅବସର ଗ୍ରହଣ କରିଛନ୍ତି l ସେ 18ଜାନୁଆରୀ1991ମସିହାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯାଳୟ ବରଗଡ ଠାରେ ତାଙ୍କ ଚାକିରୀରେ ଯୋଗଦାନ କରିଥିଲେ l ଶ୍ରୀ କଲୋହାରୀଙ୍କୁ ବିଦାୟକାଳୀନ ସମ୍ବଦ୍ଧନା ଦେବା ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ପ୍ରହଲ୍ଲାଦ ଖସ୍ଲାଙ୍କ ସଭାପତିତରେ ଏକ ସଭା ଅନୁଷ୍ଠିତ ହେଇଥିଲା l ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯାଳୟର ଶ୍ରୀ ମହେନ୍ଦ୍ର ସାହୁ, ଶ୍ରୀ ଦିନକୃଷ୍ଣ ସ୍ୱାଇଁ, ଶ୍ରୀମତି ଚନ୍ଦ୍ରିକା ମେହେର, ଶ୍ରୀ ହେମସାଗର ମହାପାତ୍ର, ଶ୍ରୀ ଦାତାରାମ ରଥ, ଶ୍ରୀ ନୁଆ ସାହୁ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯାଳୟ, ପଦ୍ମପୁରର ଶ୍ରୀ ରାଇ ସିଂ ମାଝୀ ଉପସ୍ଥିତ ଥିଲେ l ଉପସ୍ଥିତ ସମସ୍ତ କର୍ମଚାରୀ ଶ୍ରୀ କଲିହାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଆଗାମୀ ଜୀବନ ଦୀର୍ଘାୟୁ ତଥା ସୁଖମୟ ହେଉ ବୋଲି କାମନା କରିଥିଲେ l