
ପାଟଣାଗଡ (ଦୁର୍ଯ୍ୟୋଧନ ବର୍ଗେ):: ପାଟଣାଗଡ ଅନ୍ତରଗତ ଚି଼ଙ୍ଗରବନ୍ଧ ଧୂମାଭଟା ରାସ୍ତା କପା ମିଲ ନିକଟରେ ଅଟୋ କୁ ପିଟିଲା ପିକଅପ ଭ୍ୟାନ ଆଜି ସାନ୍ଧ୍ୟ 6 ଘଣ୍ଟା ରେ ଚିନଗରବନ୍ଧ ଗ୍ରାମରୁ ଅଟୋ ଯୋଗେ ବାଗଲବନ୍ଦ ଗ୍ରାମକୁ ନାମ ସଂକୀର୍ତନ ଦେଖିବାକୁ ଯାଉଥିଲେ l ପାଟଣାଗଡ ପଟରୁ ଦ୍ରୁତ ଗତିରେ ଯାଉଥିବା ବଲେରୋ ପିକଅପ ଭ୍ୟାନ ଧକା ଦେବା ଫଳରେ ଅଟୋଟି ଓଲଟି ଯାଇଥିଲା l ଏଥିରେ 10 ରୁ 12 ଯାତ୍ରୀ ବସିଥିଲେ l ପାଟଣାଗଡ ଧୂମାଭଟା ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ପୋଲିସ କୁ ସୂଚନା ଦେଇଥିଲେ l ଖବର ପୋଲିସ ଘଟଣା ସ୍ଥଳୀକୁ ଦୁର୍ଘଟଣାଗସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ପାଟଣାଗଡ ଉପଖଣ୍ଡ ଚିତ୍ସାଳୟରେ ଭର୍ତି କରିଥିଲେ l ସେମାନେ ହେଲେ ଅହଲ୍ୟା ମେହେର 55 ସଖି ବାଗ 60 ଗୀତାଞ୍ଜଳି ଧାରୁଆ 15 ସୀମା ବାଗ 12 ସୀମା ଧାରୁଆ 19 ଜୋଶବନ୍ତି ଧାରୁଆ 45 ସାହିଲ ଧାରୁଆ 7 ପ୍ରତିମା ଧାରୁଆ 5 ନାବାଳକ ଅଟୋ ଚାଳକ ନାଗେଶ ଭୋଇ 15 ରୁପେଶ କୁମ୍ଭାର ଗୁରୁତ୍ୱ 6 ଜଣ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତରିତ କରାଯାଇଛି l