ବିଶ୍ଵ ତମ୍ବାଖୁ ମୁକ୍ତ ଦିବସ ପାଳନ ଅବସରରେ ବାଲୁକା ଶିଳ୍ପୀଙ୍କ ନିଆରା ପ୍ରୟାସ

ଆଗଲପୁର ( ଦେବାନନ୍ଦ ପୁଟେଲ ଙ୍କ ରିପୋର୍ଟ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ କ୍ରମେ ପ୍ରତି ବର୍ଷ ମେ /31 ତାରିଖ ଦିନ ବିଶ୍ୱ ତମାଖୁ ମୁକ୍ତ ଦିବସ (World no tobacco day )ପାଳନ କରାଯାଇ ଥାଏ l ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରାୟ ପାଞ୍ଚ ଟନ ବାଲିରେ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମଡେଲ ତିଆରି କରି ତମାଖୁ ବର୍ଜନ କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି l ତମାଖୁ ସେବନ ଦ୍ୱାରା ଫୁସଫୁସ ଆକ୍ରାନ୍ତ ହୋଇ ଭୟାବହ କର୍କଟ ରୋଗ ରେ ମଣିଷ କିଭଳି ପଡିଥାଏ ତାହାର ଏକ ଚିତ୍ର ବାଲୁକା ଭାସ୍କର୍ଯ୍ୟ କଳାରେ ଅଙ୍କନ କରିଛନ୍ତି ଶ୍ରୀ ସାହୁ ଏହି ଚିତ୍ରରେ ଫୁସ ଫୁସକୁ କଙ୍କାଳର ରୂପ ଦେଇ ଧୁମ୍ରପାନର ଭୟା ବହତାକୁ ନିଖୁଣ ଭାବରେ ଉପସ୍ଥାପନା କରିଛନ୍ତି l

Leave a Reply

Your email address will not be published. Required fields are marked *