ରାଇଘର: ଭାଲୁ ଆକ୍ରମଣରେ ମହିଳା ଆହତ

ରାଇଘର ,(କ.ବ୍ୟୁ) :କେନ୍ଦୁପତ୍ର ତୋଳିବାକୁ ଯାଇ ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଥିବାବେଳେ ଆହତ ଅବସ୍ଥାରେ ରାଇଘର ବ୍ଲକ  ହାଟଭରାଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତ ଅନ୍ତର୍ଗତ ପହିଲିପାର ଗ୍ରାମର ସୁକୁବାଈ ଗଣ୍ଡ ଶନିବାର ସକାଳ ପ୍ରାୟ ୧୧ଟା ସମୟରେ ୪ ଜଣ ମହିଳା ସାଥୀଙ୍କ ସହିତ ଜଙ୍ଗଲରେ କେନ୍ଦୁପତ୍ର ତୋଳି ତାଳିବାକୁ ଯାଇଥିଲେ । ସେଠାରେ ସୁକୁବାଈଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ଅନ୍ୟମାନେ କିଛି ଦୂରରେ ରହିଥିଲା ବେଳେ ସୁକୁବାଈଙ୍କ ଚିତ୍କାର ଶୁଣି ପହଞ୍ଚିବା ଫଳରେ ଭାଲୁ ସେଠାରୁ ଖସି ପଳାଇଥିଲା। ସୁକୁବାଈଙ୍କ ହାତ ଓ କାନ୍ଧରେ ଆଘାତ ହୋଇଥିବାରୁ ହାଟଭରାଣ୍ଡି ମେଡିକାଲକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *