ପାଇକମାଳ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ

ପାଇକମାଳ – (ରିପୋର୍ଟ- ବଂଶୀଧର ନାୟକ)‌: ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଚାଲୁଅଛି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଭୂବନେଶ୍ଵରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ରେ ତା ୨୨/୦୫/୨୦୨୪ ରୁ ତା ୨୮/୦୫/୨୦୨୪ ରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନରେ  ଵିରାଟ  ଶୋଭାଯାତ୍ରା ଗ୍ରାମ ର ମହିଳା ମାନେ ନିକଟସ୍ଥ ବନ୍ଦରୁ ରେ ଗଙ୍ଗା ମାତାଙ୍କୁ ଆରାଧନା କରି ପୁରୋହିତ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ,ପରେ ମହିଳା‌ ଶ୍ରଦ୍ଧାଳୁ ମାନେ ଶହେ ଆଠ ଜଳ ପୂର୍ଣ୍ଣ କଳସ ବହନ କରି ବିରାଟ ଶୋଭାଯାତ୍ରା ରେ ଵାହାରି ସଂକିର୍ତ୍ତନ୍ୟ ସଂଗୀତ ନୃତ୍ୟ, ସଂଖ,ଘଣ୍ଟ,ବାଦ୍ୟ ହରିବୋଲ ହୁଳହୁଳି ଧ୍ୱନିରେ ସମଗ୍ର ଯୋଗେନ୍ଦ୍ରନାଥ‌‌ ପୁର ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।ମୁଖ୍ୟ ପୁରୋହିତ ଶ୍ରୀ ସୁରେନ୍ଦ୍ର ମିଶ୍ର,ବ୍ରହ୍ମା ଶ୍ରୀ ରାଜେନ୍ଦ୍ର ଶତପଥୀ,ପୁସ୍ତକାଚାକ୍ଷୀ ଶ୍ରୀ ବିରଞ୍ଚୀ ମିଶ୍ର,ଵ୍ୟାସ ପ୍ରସାୟ ଶ୍ରୀ ତ୍ରୀପାଠୀ, ସହଯୋଗି ଜାଞ୍ଜିକ ପୁରୋହିତ ଶ୍ରୀ ସୁଦର୍ଶନ ପଣ୍ଡା, ଶ୍ରୀ ଭକ୍ତଚରଣ ପଣ୍ଡା, ଶ୍ରୀ ଗୋକୁଳା ପଣ୍ଡା, ଶ୍ରୀ ରାଧାମାଧଵ ଶତପଥୀ, ଶ୍ରୀ ନିଳାଚଳ ମିଶ୍ର, ଶ୍ରୀ ଵୁଳୁମିଶ୍ର, ଶ୍ରୀ କୈଳାସ ଚନ୍ଦ୍ର ରଥ, ପାଚକ ଶ୍ରୀ ମଦନଲାଲ ବେହେରା, ବଷିଷ୍ଟ ଶଙ୍କଶର୍ଷଣ ମିଶ୍ର,ଇନ୍ଦ୍ରରାଜ ଶତପଥୀ, ଲୋକ ନାଥ ମିଶ୍ର,ମଳୟ ରଞ୍ଜନ ମିଶ୍ର ପୂଜା କାର୍ଯ୍ୟ ତୁଲାଇବା କାର୍ଯ୍ୟକ୍ରମ ରହିଛି।ଯଜ୍ଞ କର୍ତ୍ତା ଭାବରେ ରଘୁନାଥ ଭୁଏ ତାଙ୍କ ସହଧର୍ମିଣୀ‌ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଭୁଏ, ପାରାୟଣ କର୍ତ୍ତା ପ୍ରତାପ ରଣା ତାଙ୍କ ସହଧର୍ମିଣୀ‌ ଶ୍ରୀମତୀ ବାସନ୍ତୀ ରଣା, ପୂଜା କର୍ତ୍ତା ନିଲାନ୍ଦ୍ରି‌ଭୋଇ, ତାଙ୍କ ସହଧର୍ମିଣୀ‌ ସ୍ଵର୍ଣ୍ଣଲତା ଭୋଇ,ଭାଗବତିଆ ଭୋଇ ତାଙ୍କ ସହଧର୍ମିଣୀ‌ ସୁନାଗରି ଭୋଇ,ପଞ୍ଚାନନ୍ଦ ବଢେଇ ତାଙ୍କ ସହଧର୍ମିଣୀ‌ ଯମୁନା ଵଢେଇ, ରାଜେନ୍ଦ୍ର ଭୋଇ ତାଙ୍କ ସହଧର୍ମିଣୀ କସ୍ତୁରୀ ଭୋଇ, ଗଣେଶ ଭୋଇ ତାଙ୍କ ସହଧର୍ମିଣୀ ସୁଷମା ଭୋଇ ପୂଜା କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ପାରାୟଣ ଶନିବାର ରୁ ଚବିଶ ପ୍ରହରୀ ନାମଯଜ୍ଞ ଆରମ୍ଭ , ସଂନ୍ଧ୍ୟାରେ ରେ ମହିଳା ଦଣ୍ଡ ନୃତ୍ୟ, ଶ୍ରୀ ଗଣେଶ ଅପେରା ଗୌନ୍ତିଆ ପାର୍ଟି,ଜଟର୍ଲା ,କଂସ ଦରବାର କାର୍ଯ୍ୟକ୍ରମ ରହିଛି। ଦର୍ଶକ ମାନଙ୍କ ପାଇଁଁ ବିଶେଷ ଆକର୍ଷଣ ମିନା ବଜାର ରହିଛି। ପ୍ରତ୍ୟେକ ଦିନ ଅନ୍ନଛତ୍ର ର ବ୍ୟବସ୍ଥା ରହିଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ରେ ଯୋଗେନ୍ଦ୍ରନାଥ ପୁର ର ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଛ।

Leave a Reply

Your email address will not be published. Required fields are marked *