ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି ): ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆଜି ରାଜଧାନୀରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନବୀନ ନିବାସରୁ ଚାଲି ଚାଲି ମତଦାନ କେନ୍ଦ୍ରକୁ ଭୋଟ୍ ଦେବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ। ଜନତାଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ୧୧୪ ନମ୍ବର ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ନବୀନ । ଭୋଟ୍ ଦେବାପରେ ସେ କାଳି ଲଗା ଆଙ୍ଗୁଳି ଦେଖାଇଥିଲେ। ଏଥିସହିତ ସେ ଭୋଟରଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ବିଶେଷ କରି ଯୁବ ଭୋଟରଙ୍କୁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ସେ ଅପିଲ କରିଥିଲେ। ବିଜେଡି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ନବୀନ ଭୋଟ ଦେଲା ପରେ ଗଣମାଧ୍ୟମକୁ କହିଛନ୍ତି। ପୁଣି ଥରେ ସେ ରାଜ୍ୟରେ ସ୍ଥିର ସରକାର ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *