ବାପ ଛେଉଣ୍ଡ ଦିବ୍ୟାଙ୍ଗ ପୁଅକୁ ମିଳୁନି ଭତ୍ତା , ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା):- ବାପଛେଉଣ୍ଡ ଦିବ୍ୟାଙ୍ଗ ପୁଅକୁ ମିଳି ପାରିଲାନି ଭତ୍ତା ଟିଏ ।ସରକାରଙ୍କ ଠାରୁ ମିଳୁ ଥିବା ଚାଉଳ ରୁ ମଧ୍ୟ ବାଦ ପଡିଛନ୍ତି ଏହି ଦିବ୍ୟାଙ୍ଗ ପୁଅ ।ଦିବ୍ୟାଙ୍ଗ ପୁଅର ଦିବ୍ୟାଙ୍ଗ ପ୍ରମାଣପତ୍ର ମଧ୍ୟ ମିଳିଛି କିନ୍ତୁ ପ୍ରଶାସନର ଅବହେଳା ନା ଭାଗ୍ୟର ବିଡମ୍ବନା ଯେ ଭତ୍ତା ଟଙ୍କା ମିଳିଲା ନାହିଁ ।ବିଧବା ମା କୁଲିମଜୁରୀ କରି ଦୁଇ ପୁଅଝିଅଙ୍କ ମଣିଷ କରିବାକୁ ଅଣ୍ଟା ଭିଡିଛନ୍ତି ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ଝରିଆଗୁଡା ଗ୍ରାମରେ । ଗ୍ରାମର ୧୪ ବର୍ଷର ବାଳକ ପ୍ରଫୁଲ ଝଡ଼ିଆ ଜନ୍ମଠାରୁ ଦିବ୍ୟାଙ୍ଗ ହୋଇଛି । ବାପା ରାମନାଥ ଝଡ଼ିଆ ସ୍ତ୍ରୀ ଓ ଦୁଇ ପୁଅଝିଅଙ୍କ ଛାଡି ଆରପାରିକୁ ଚାଲିଗଲେ ।ମା ଏକୁଟିଆ କୁଲିମଜୁରୀ କରି ଦୁଇ ପୁଅଝିଅଙ୍କ ପ୍ରତିପୋଷଣ କରନ୍ତି ।ସରକାରଙ୍କ ତରଫରୁ ସୁବିଧା କହିଲେ ୫ କେଜି ଚାଉଳ ଓ ବିଧବା ଭତ୍ତା । ବଡ ପୁଅ ପ୍ରଫୁଲ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି ।ହେଲେ ଭାଗ୍ୟର ବିଡମ୍ବନା ଭତ୍ତା ନାହିଁ କି ଚାଉଳ ନାହଁ ।ପ୍ରଶାସନ ବିଭିନ୍ନ କାର୍ଯ୍ୟରେ ତଦାରଖ କରୁଥିଲେ ମଧ୍ୟ ଏପରି ସ୍ଥଳେ ଅଣଦେଖା କରିବା କେଉଁଠି ନା କୋଉଠି ଭୁଲ ହୋଇଛି ।ପ୍ରଫୁଲଙ୍କ ଅଣ୍ଟା ଉଠୁ ନ ଥିବାବେଳେ ହ୍ବିଲ ଚେଆର ଦ୍ୱାରା ହିଁ ଯିବା ଆସିବା କରିଥାନ୍ତି ।ଗରିବ ପରିବାର ତଥା ମା ଏକୁଟିଆ ହୋଇଥିବା ହେତୁ ମେଡିକାଲରେ ଚିକିତ୍ସା କରିବାର ସକ୍ଷମ ହୋଇ ପାରୁନାହାନ୍ତି । ପ୍ରଫୁଲ୍ଲ ଙ୍କ ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ଦେଇ ସରକାରଙ୍କ ଯାହା ବି ସୁବିଧା ଅଛି ସେସବୁ ଯୋଗାଇଦେବାକୁ ଗ୍ରାମବସୀ ତଥା ମା ମୁକ୍ତା ଝଡ଼ିଆ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *