ଜାତିଗତ ଜନ ଗଣନା କୁ କଂଗ୍ରେସ ର ସ୍ଵାଗତ 

ଚଣ୍ଡିଖୋଲ ୨/୫(କ ବ୍ୟୁ) ଦୀର୍ଘ ୯୪ବର୍ଷ ପରେ ଦେଶରେ ପ୍ରଥମ ଥର ପାଇଁ ଜାତି ଗତ ଜନ ଗଣନା ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଅନୁଷ୍ଟିତ ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତି ନିଆ ଯାଇଛି। ଏହି ନିଷ୍ପତ୍ତିକୁ ଭାରତୀୟ ଜାତୀୟ କଂଗ୍ରେସ ସ୍ଵାଗତ କରିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଲୋକସଭାରେ ଏ ବିଷୟରେ ବାରମ୍ବାର ଦାବୀ କରି ଆସିଛନ୍ତି। ଜାତିଗତ ଜନଗଣନା ହେଲେ ସମାଜରେ ଆର୍ଥିକ, ସାମାଜିକ,ରାଜନୈତିକ, କ୍ଷେତ୍ରରେ ପଛୁଆ ଥିବା ଲୋକମାନଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ସେହିପରି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାଅର୍ଜୁନ ଖଡଗେ ରାଜ୍ୟ ସଭାରେ ବାରମ୍ବାର ଦାବୀ ଉପସ୍ଥାପନ କରି ଆସୁଥିଲେ। କେନ୍ଦ୍ର ସରକାର ବାଧ୍ୟ ହୋଇ ଜାତିଗତ ଗଣନା ପାଇଁ ନିଷ୍ପତି ନେଇଛନ୍ତି। ଏଥିପାଇଁ ଯାଜପୁର ଜିଲ୍ଲା ର ପ୍ରତିଷ୍ଠିତ ଦଳିତ ନେତା ମାଗୁଣି ଚରଣ ଜେନା ନାରଣ ମଲ୍ଲିକ, ରଞ୍ଜନ ଜେନା, ରାହାସ ବିହାରି ଜେନା ଶ୍ୟାସୁନ୍ଦର ଯେନl, ବିଦ୍ୟାଧର ଜେନା, ଧରିତ୍ରୀ ଯେନl, ଦୀନବନ୍ଧୁ ଦାସ, ପଦ୍ମ ଲୋଚନ ବେହେରା ଗୟାଧର ମଲ୍ଲିକ, ଅନନ୍ତ ବେହେରା ଶରତ କୁମାର ଜେନା ପ୍ରମୁଖ, ରାହୁଲ ଗାନ୍ଧୀ ଓ ମଲ୍ଲିକାଅର୍ଜ୍ଜୁନ ଖଡଗେ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *