ମହିଳା ଡିଗ୍ରୀ କଲେଜ ର ବାର୍ଷିକ ଉତ୍ସବ ପାଳିତ ।

ଛତ୍ରପୁର : ୦୨.୦୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ସସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ , ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜି୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇଥିଲେ ।ମହାବିଦ୍ୟାଳୟର ପ୍ରିନ୍ସପାଲ ଡ.ସୁମିତା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା କବିତା ସାହୁ ସଭାକୁ ପରିଚାଳନା କରିଥିଲେ। ଡ଼.ଯାଜ୍ଞସେନୀ ପାଣିଗ୍ରାହୀ କୃତି ଛାତ୍ରୀମାନଙ୍କର ନାମଗୁଡିକୁ ଘୋଷଣା କରିଥିଲେ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଚାରି ଜଣ ଛାତ୍ରୀ ଯଥା ଶିକ୍ଷା ବିଭାଗର ଲିଜା ମହାଙ୍କୁଡ଼, ଇଂରାଜୀ ବିଭାଗର ଅଙ୍କିତା ପାତ୍ର, ଇଶିତା ରେଡ୍ଡୀ ଏବଂ ଗୃହ ବିଜ୍ଞାନ ବିଭାଗ ପୂଜା ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ତତ୍ ସହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଇଣ୍ଟର ବିଶ୍ଵବିଦ୍ୟାଳୟ ବ୍ୟାଡମିଣ୍ଟନ ରେ ତୃତୀୟ ସ୍ଥାନ ପାଇଥିବା ଏବଂ ଦୀପିକା ଡାକୁଆ ୧୧୦,୪୦୦, ହାଇଜମପ୍ ଇଣ୍ଟର ବିଶ୍ଵବିଦ୍ୟାଳୟ ରେ ମହାବିଦ୍ୟାଳୟ ତରଫରୁ ଅଂଶ ଗ୍ରହଣ କରିଥିବାରୁ ତାଙ୍କୁ ସମର୍ଦ୍ଧନ କରାଯାଇଥିଲା।ଏଥିରେ କଲେଜର ପୂର୍ବତନ ଛାତ୍ରୀ ମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯକ୍ରମରେ ଦୀପିକା ଡାକୁଆ ଙ୍କୁ ତୃତୀୟ ବର୍ଷ ର ଛାତ୍ରୀଙ୍କୁ ଚାମ୍ପିଅନ ସିଲ ପ୍ରଦାନ କରା ଯାଇଛି।

Leave a Reply

Your email address will not be published. Required fields are marked *