ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଶ୍ରମିକ ଦିବସ ପାଳିତ ।

ଛତ୍ରପୁର : ୦୨.୦୫.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଂଜାମ ଜିଲା ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଛତ୍ରପୁର ସ୍ଥିତ ରିଡିଙ୍ଗ ରୁମ୍ ପରିସରରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଗଂଜାମ ଜିଲାରେ ଥିବା ଗୋପାଳପୁର ପୋର୍ଟ ଓ ଟାଟା କମ୍ପାନୀ ର ଫେରୋକ୍ରୋମ ପ୍ଲାଂଟରେ ସ୍ଥାନୀୟ ଲୋକ ଓ ଜମି ହରାଇଥିବା ଙ୍କୁ ନିଯୁକ୍ତି ମିଳୁନି । ଏଥିସହ ଟାଇଟାନିୟମ ପ୍ଲାଂଟ ୬ ମାସ ହେଲା ସମ୍ପୂର୍ଣ୍ଣ ବନ୍ଦ ଅଛି । ଏହି ବନ୍ଦ ସମୟରେ ଏଠାରେ ନିଯୁକ୍ତି ପାଇଥିବା ଶ୍ରମିକ ମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସରାଫ କମ୍ପାନୀ କର୍ତୁପକ୍ଷ ଲିଖିତ ଭାବେ ଘୋଷଣା କରିଥିଲେ ମଧ୍ୟ ତାହା ପ୍ରଦାନ କରାଯାଇନି । ଏନେଇ ଆନ୍ଦୋଳନ କରିବ ବୋଲି ସାମୁଖ୍ୟ ର ଜିଲା ଉପସଭାପତି ଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ଜିଲା ଉପସଭାପତି ଶଙ୍କର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମଂତ୍ରୀ ଶ୍ରାକାନ୍ତ ସାହୁ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଓ ବିକ୍ରମ ପଣ୍ଡା, ଜିଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ବିଜେଡି ନେତା ଭୃଗୁ ବକ୍ସିପାତ୍ର, ଶ୍ରମିକ ନେତା ପ୍ରଶାନ୍ତ କର, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ନାରାୟଣ ଜେନା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ଜିଲା ଯୁବ ବିଜେଡି ସଭାପତି ଭବାନି ସାହୁ, ଜିଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ସମିତି ସଭ୍ୟ ଏସ,ଚକ୍ରପାଣି ରେଡ୍ଡୀ, ଜିଲାପରିଷଦ ସଭ୍ୟା ରଶ୍ମିତା ନାହାକ , ବିଜେଡି ନେତା ଅଟଳ ବିହାରୀ ପଟନାୟକ,ବି ରାଜି ବାବୁ,ଗୋପାଳ ସ୍ବାମୀ, ଟି ଚନ୍ଦ୍ର ଶେଖର ରାଓ, ରାଜେଶ୍ ସାହୁ,ଙ୍କ ପ୍ରମୁଖ ଉପସ୍ଥିତ ହୋଇ ଶ୍ରମିକ ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ଟାଟା ପ୍ରକଳ୍ପ, ଆଇଆରଇଏଲ, ଜୟଶ୍ରୀ କେମିକାଲ୍ପ, ଟାଇଟାନିୟମ, ଗୋପାଳପୁର ପୋର୍ଟ ର ଶ୍ରମିକ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *