
ଛତ୍ରପୁର : ୨୯.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର – ଗଞ୍ଜାମ ବ୍ଲକ୍ ର ପାଣି ସମସ୍ୟା ପିଛା ଛାଡ଼ୁ ନଥିବା ବେଳେ ଏବେ ଟିକେ ଆଶ୍ୱସ୍ତି ମିଳିଛି ପାଣିରୁ ।ବିଭିନ୍ନ ପଞ୍ଚାୟତ ରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା । ଯେତେବେଳେ ପ୍ରଗତିବାଦୀ ପେପର ପ୍ରଥମେ ରେ ଖବର ପ୍ରସାରଣ ହୋଇଥିଲା ଖବର ପଢ଼ି ବ୍ଲକ୍ ପ୍ରଶାସନ ଓ ଅଧିକାରୀ ମାନେ ଯଥା ଶୀଘ୍ର ମଲାଡ ପଞ୍ଚାୟତ ର କୁଷପଲ୍ଲୀ ଓ ନୂଆଁ କୁଷପଲ୍ଲୀ ଗ୍ରାମକୁ ପାଣି ଯୋଗାଇ ଦେବା ପାଇଁ ଅଧିକାରୀ ମାନେ ତତ୍ପର ଦେଖାଇଛନ୍ତି । ଖବର ବାଜିଲା ରବିବାର ପାଣି ଆସିଲା ସୋମବାର ୨୪ ଘଣ୍ଟା ନ ବିତୁଣୁ ପ୍ରଶାସନ ଏହି ଗ୍ରାମକୁ ସୋମବାର ସକାଳୁ ସକାଳୁ ଗୋଟିଏ ଟାଙ୍କ ସାହାଯ୍ୟରେ ପାଣି ଆଣି ଗ୍ରାମକୁ ବାଣ୍ଟିଥିଲେ । ଏବଂ ପାଣି ଆସି ନେଲା ପରେ ଗ୍ରାମ ବାସୀ ମାନେ ଖୁସି ବ୍ୟକ୍ତ କରି । କିନ୍ତୁ ପାଣି ଗୋଟିଏ ଦିନ ଆସିଲେ କଣ ହେବ ଆମକୁ ମିଠା ପାଣି ଆସିଲା ପଯ୍ୟନ୍ତ ଆପଣ ମାନେ ପାଣି ଦିଅନ୍ତୁ ବୋଲି ପ୍ରଶାସନ କୁ ନିବେଦନ କରିଛନ୍ତି ।
ପିଇବା ପାଣି ପାଇଁ ଏକ ମାତ୍ର ସାହାରା ପାଲଟିଛି ଲତାବୁଦା ଆଚ୍ଛାଦିତ ପରିତିକ୍ତ କୂଅ l ନୂଆଁ କୁଶପଲ୍ଲି ରେ ଗୋଟିଏ ନଳକୂପ ଥିଲା ବେଳେ କୁଷପଲ୍ଲି ଗ୍ରାମ ରେ ଗୋଟିଏ ବି ନଳକୂପ ନାହିଁ ବୋଲି ଅଭିଯୋଗ ହୋଇଥିଲା ହେଲେ ଏବେ ପ୍ରଶାସନ ପାଣି ଆଣି ଦେବା ପରେ ଦୁଇଟି ଗାଁ ଉପକୃତ ହୋଇଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି । ଜଉ ଲୁଣି ପାଣି ଆସୁଥିଲା ସେହି ପାଣି ବନ୍ଦ୍ ହେବା ପରେ ଏବେ ଗ୍ରାମ ବାସୀ ମାନେ
ଗାଧୋଇବା ଓ ବାସନ କୁସନ ସଫା କରିବାରେ ଅସୁବିଧା ହେଉଛି ।
ତେଣୁ ପାଣି ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ତେଣୁ ଏହି ପାଣି ସମସ୍ୟା ନେଇ ଗଞ୍ଜାମ ବ୍ଲକ୍ ମଲାଡ ପଞ୍ଚାୟତ ସରପଂଚ ମମତା ବେହେରା ଓ ସମିତି ସଭ୍ୟ ପ୍ରତିନିଧି ତଥା ଯୁବ ନେତା ଲିଙ୍ଗରାଜ ମହାପାତ୍ର ମଧ୍ୟ ଉପରୋକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଲୋକ ଙ୍କ ପାଖକୁ ଯାଇ ଯଥା ଶୀଘ୍ର ପାଣି ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।