
ଚଣ୍ଡିଖୋଲ ୨୬/୪(କବ୍ୟୁ) ଓଡ଼ିଶାର ପୂରାତନ ଓ ଏକ ଗୁରୁତ୍ୱ ପୂର୍ଣ୍ଣ ଥାନ ଭାବରେ ବଡଚଣା ଥାନା ପରିଚିତ। ଦୀର୍ଘ ଦିନ ଧରି ଥାନାରେ ଥାନା ଅଧିକାରୀ ପଦବୀ ଖାଲି ପଡିଥିଲା। ଗତକାଲି ବଡଚଣା ଥାନାରେ ନୂତନ ଥାନା ଅଧିକାରୀଭାବେ ମଧୁସ୍ମିତା ବେହେରା ଯୋଗଦେଇଛନ୍ତି। ଶ୍ରୀମତୀ ବେହେରା ଜଣେ ଦକ୍ଷ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ, ସତ୍ୟନିଷ୍ଠ, ନିର୍ଭୀକ ଓ ନିରପେକ୍ଷ ମହିଳା ପୋଲିସ ଅଧିକାରୀ ଭାବେ ସମଗ୍ର ଓଡିଶାରେ ପରିଚିତ। ପୁର୍ବରୁ ସେ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଦକ୍ଷତାର ସହିତ କାର୍ଯ୍ୟ କରି ଜନସାଧାରଣ ଓ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ପ୍ରିୟପାତ୍ର ହୋଇପାରିଥିଲେ ।ବଡଚଣା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଜନସାଧାରଣ ଓ ପୋଲିସ ମଧ୍ୟରେ ଏକତା ଭାଇଚାରା ରକ୍ଷାକରି ସତ୍ୟ ନିଷ୍ଠ ନିର୍ଭୀକ ଭାବରେ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିବା ମୋର ପ୍ରାଥମିକତା ହେବ ବୋଲି କହିଥିଲେ।