
ଚଣ୍ଡିଖୋଲ୨୬/୪(କ ବ୍ୟୁ),ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କୀଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟଙ୍କ ଆତ୍ମାର ସଦଗତି ପାଇଁ ଧାନମଣ୍ଡଳ ସ୍ଥିତ ହୋଲି ଜେସସ ବିଦ୍ୟାଳୟ ପକ୍ଷରୁ ମହମବତୀ ଶୋଭାଯାତ୍ରା ସହିତ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ ଅଧ୍ୟକ୍ଷତା କରି ଏଭଳି ଏକ ଅମାନୁଷିକ କାର୍ଯ୍ୟକୁ ତୀବ୍ର ନିନ୍ଦା କରିବା ସହିତ ପ୍ରାଣ ହରାଇଥିବା ପର୍ଯ୍ୟଟଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ, ସୁଭାସିନୀ ମଲ୍ଲିକ, ମୌସୁମୀ ଦାସ, ଶୁଭାସିନୀ ଦାସ ଯାଦବ, ପୁନମ ଭାରତୀ, ପ୍ରିୟଙ୍କା ମଲ୍ଲ, କିରଣ ଯାଦବ, ସାଗରିକା ଶର୍ମା, ଜ୍ୟୋତିକା ଶର୍ମା, ଚିରଞ୍ଜିବୀ ଜେନା, ସୁଟପା ଗିରି, ଶୁଭଶ୍ରୀ ବେହେରା, ରେଶମା ପରବିନ,ଚନ୍ଦନ ନାୟକ, ଦେବାଶିଷ ନାୟକ, ନଳିନୀକାନ୍ତ ବେହେରା,ଭାନୁପ୍ରତାପ ଦାସ, ସୁନୀଲ ପାଟୋଡିଆ,ଉତ୍ତମ ମଲ୍ଲିକ, ଇପ୍ସିତା ରାଉତ ଓ ଦେବବ୍ରତ ଶୁଭଦର୍ଶନ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।