ପହେଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ଦିବଙ୍ଗତଙ୍କୁ ରାୟଗଡ଼ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ।

ରାୟଗଡ-ତପନ କାଡ୍ରାକା-ଜାମ୍ମୁ ଓ କାଶ୍ମୀର ରେ ପହଲଗାମ୍ ରେ ଯେଉଁ ଆତଙ୍କବାଦୀ ମାନେ ୨୮ ଜଣ ପର୍ଯ୍ୟଟକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ ଉକ୍ତ ଘଟଣାକୁ ରାୟଗଡ଼ ନାଗରିକ ମଞ୍ଚ ତରଫରୁ ନିନ୍ଦା କରିବା ସହ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ ନାଗରିକ ମଞ୍ଚ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଆୟୋଜନ କରାଯାଇ ଓଡ଼ିଶାର ଉକ୍ତ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ପ୍ରଶାନ୍ତ ଶତପଥୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଏହି ଆକ୍ରମଣରେ ଆତଙ୍କବାଦୀ ମାନେ ଧର୍ମ ପଚାରି ହିନ୍ଦୁ ମାନଙ୍କୁ ଗୁଳି କରିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ନାଗରିକ ମଞ୍ଚର ଆବାହକ ବାଦଲ କୁମାର ତା କହିଛନ୍ତି। ଏହି ଘଟଣାରେ ମାନବିକତାର ହତ୍ୟା ହୋଇଥିବା ବେଳେ ସଂପୂର୍ଣ୍ଣ ବିଶ୍ୱରେ ଏହାର ନିନ୍ଦା କରାଯାଉଛି। ଏହି କାର୍ଯ୍ୟକ୍ରମରେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ବିଦୁଲତା ହୁଇକା, ବରିଷ୍ଠ ସାମ୍ବାଦିକ ରଞ୍ଜନ ରଥ, ରଶ୍ମିରଞ୍ଜନ ଦୋରା, ଅଜୟ ରଥ, ଗୋପରଂଜନ ବକ୍ସିପାତ୍ର, ଦୀପକ ପୃଷ୍ଟି, ରବିନ୍ଦ୍ର ପାଟଖଣ୍ଡାଳ,ଶ୍ୟାମ ଦାଶ୍,ବିଦ୍ୟାଭୂଷଣ ପଣ୍ଡା,ଭି ବିଦ୍ୟା ସାଗର,ସୁନୀଲ ଚନ୍ଦ୍ର ପଣ୍ଡା, ବରିଷ୍ଠ ଓକିଲ ବ୍ରଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *