ଗଞ୍ଜାମ ପୋଲିସ ର ସ୍ଵତନ୍ତ୍ର ଅପରେସନ୩୪ ନିଖୋଜ ଶିଶୁ ଉଦ୍ଧାର ।ଗଞ୍ଜାମ ଏସପି ଙ୍କୁ ବଡ଼ ସଫଳତା ।

ଛତ୍ରପୁର: ୨୪.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର: ଜିଲ୍ଲାରେ ଗଞ୍ଜାମ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ । ଏହି ଅଭିଯାନ ଆଧାରରେ ୩୪ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି ପୋଲିସ । ସେଥିମଧ୍ୟରୁ ୩୦ ଜଣ ନାବାଳିକା ଏବଂ ୪ ଜଣ ନାବାଳକ ରହିଥିବା ସୂଚନା ମିଳିଛି । 
ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୫ରୁ ଅଧିକ ପିଲାମାନେ ନିଖୋଜ ଥିବାର ଅଭିଯୋଗ ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ନିଖୋଜ ଥିବା ପିଲାମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ପୋଲିସକୁ ମିଳିଛି ସଫଳତା ।ପୋଲିସର ଉଦ୍ୟମ ବଳରେ ରାଜ୍ୟ ଓ ରାଜ୍ୟ ବାହାରୁ ୩୪ ଶିଶୁଙ୍କୁ ଉଦ୍ଧାର କରିଛି । ଯେଉଁଥିରେ ୩୦ ଜଣ ନାବାଳିକ ଓ ୪ ଜଣ ନାବାଳକ ରହିଥିବା ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି । ଏହାସହିତ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ । 

Leave a Reply

Your email address will not be published. Required fields are marked *