କାଶ୍ମୀର ଘାଟି ଘଟଣା କୁ ବିରୋଧ କରି କେସିଙ୍ଗା ସହର ରେ ମହମ ଯାତ୍ରା

Place କେସିଙ୍ଗା
ତା 24.04.25

ଭାରତ ର ମିନି ସ୍ଵିଜରଲାଣ୍ଡ କହୁଥିବା କାଶ୍ମୀର ର ପହଲଗାମ ପର୍ଯ୍ୟଟନ ସ୍ଥଳୀ ରେ ତା 22.04.25 ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମ ଆଧାର ରେ ବାଛି ବାଛି ହିନ୍ଦୁ ପର୍ଯ୍ୟଟନ ଙ୍କୁ ଗୁଳି କରି ହତ୍ୟା କରିଥିଲେ | ସାରା ବିଶ୍ୱରେ ଏହି ଆତଙ୍କବାଦୀ ଙ୍କ ରକ୍ତ ଚରିତ ଘଟଣା କୁ ଘୋର ନିନ୍ଦା କରାଯାଇଥିଲା ଏହି ଅବସରରେ କେସିଙ୍ଗା ସହର ରେ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ମହମ ଯାତ୍ରା ଗୌରୀ ଶଙ୍କର ମନ୍ଦିର ରେ ସମାପନ ହୋଇଥିଲା | ସରକାର ଙ୍କ ନିକଟରେ ରେ ଏହି ଘଟଣା ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ | ଆତଙ୍କବାଦ ମୁର୍ଦାବାଦ ସ୍ଲୋଗାନ ଦେଇଥିଲେ | ଉକ୍ତ ମହମ ଶୋକ ଯାତ୍ରା ରେ କେସିଙ୍ଗା ସହର ର ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ,ଅରୁଣ ଅଗ୍ରୱାଲ, ସେମପାଳ ବର୍ମା,ରମେଶ ପଟ୍ଟନାୟକ, ସରିତା ସିନ୍ଦୁର, ବଜରଙ୍ଗ ଜୈନ, ପିଙ୍କୁ ପରିଡା, ଧରଣୀ ନାୟକ, ବିମଳ ବାଗ, ଯୁଗଳ କିଶୋର ଦୀପ, ଉତ୍ତର ମହଲା ,ବିଜଯ ପାଢି, ରଜନ ପାଢି, ସହିତ କେସିଙ୍ଗା ର ଦଳମତ ନିର୍ବିଶେଷରେ ସହର ର ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ସହ ମାନ୍ଯଗଣ୍ଯ ବ୍ଯକ୍ତି ମାନେ ଭାଗ ନେଇଥିଲେ |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋ

Leave a Reply

Your email address will not be published. Required fields are marked *