ବିଶ୍ବ ଐତିହ୍ଯ ଦିବସ

କାରୁକାର୍ଯ୍ୟପୂର୍ଣ୍ଣ ସୁରମ୍ୟ ମନ୍ଦିର
କୋଠା ବନ୍ଧ ବାଡ଼ ପୋଲ,
ରାଜ୍ୟ ଓ ଦେଶର ଐତିହ୍ୟ ସଂସ୍କୃତି
ପଦବାଚ୍ଯରେ ଭୂଗୋଳ ।

ସୃଷ୍ଟିକର୍ତ୍ତା’ଙ୍କର ସୁନ୍ଦର ସୃଜନ
ପାହାଡ଼ ପର୍ବତ ଶୃଙ୍ଗ,
ତା’ ସହିତ ଜନେ ସ୍ବ-କଳା ବିଦ୍ୟାରେ
ସୃଜେ କାରୁକୀର୍ତ୍ତି ଦୁର୍ଗ ।

ପ୍ରାକୃତିକ ସାଥେ କୃତ୍ରିମତା କାର୍ଯ୍ୟେ
ବିଶ୍ବେ ଐତିହ୍ୟ ବିସ୍ମୟ,
ସୌନ୍ଦର୍ଯ୍ୟ ପିପାସୁ ଜନଗଣେ ପ୍ରୀତ
କ୍ଷେତ୍ରଶ୍ରୀ ପର୍ଯ୍ୟଟନୀୟ ।

ବିଶ୍ବ ଅଙ୍କସ୍ଥଳେ ଐତିହ୍ୟ ସୃଜନେ
ପ୍ରତ୍ନତାତ୍ତ୍ଵିକ ବୈଭବ,
ଲକ୍ଷାଧିକ କୀର୍ତ୍ତି ସ୍ତମ୍ଭ ବିରାଜିତ
ତାଲିକା ନୁହେଁ ସମ୍ଭବ ।

ଗିରି ହିମାଳୟେ ଏଭରେଷ୍ଟ ଶୃଙ୍ଗ
ଉତ୍କଳେ ଚିଲିକା ହ୍ରଦ,
ଉଦୟଗିରି ଓ ଧଉଳି ପାହାଡ଼
ପ୍ରକୃତି ରୂପ ସୁନନ୍ଦ ।

କୃତ୍ରିମତା କଳା- କୀର୍ତ୍ତିରେ ଐତିହ୍ଯ
ଶ୍ରେଷ୍ଠ ବାରବାଟୀ ଦୁର୍ଗ,
ଅଜନ୍ତା ଏଲୋରା ବୋଧିସ୍ତୂପ ସାଥେ
ରତ୍ନଗିରି ଅନୁରାଗ ।

କେଦାରନାଥ ଓ ବିଶ୍ବନାଥ ଧାମ
ଶୈବକ୍ଷେତ୍ରେ ତ୍ରିଲୋଚନ,
ବଦ୍ରିନାଥ ଆଉ ଶ୍ରୀକ୍ଷେତ୍ର ମନ୍ଦିରେ
ପ୍ରଭୁ ପତିତପାବନ ।

ଭୁବନେଶ୍ବରରେ ପ୍ରଭୁ ଲିଙ୍ଗରାଜ
ସୂର୍ଯ୍ୟମନ୍ଦିର କୋଣାର୍କ,
ସ୍ବର୍ଣ୍ଣମନ୍ଦିର ଓ ତାଜମହଲ ଯେ’
ସୌନ୍ଦର୍ଯ୍ୟ କୀର୍ତ୍ତି ସ୍ମାରକ ।

ଦିଲ୍ଲୀ ଲାଲକିଲା କୁତବମିନାର
ଜାତିସଂଘ ଆକର୍ଷଣ,
ଭିତରକନିକା ଜାତୀୟ-ଉଦ୍ଯାନ
କର୍ଣ୍ଣାଟକେ ହାମ୍ପି ଗଣ୍ଯ ।

ପ୍ରାକୃତିକ ଶୋଭା ଯେ’ ସୁନ୍ଦରବନ
ବ୍ରିଟିଶ ହାଓଡ଼ା ପୋଲ,
କଲିକତା ବକ୍ଷେ ଯଦୁକୋଠି ରମ୍ଯେ
ଭିକ୍ଟୋରିଆ ମେମୋରିଆଲ ।

ପ୍ରାକୃତିକ ଅବା କୃତ୍ରିମ ଐତିହ୍ଯ
ସର୍ବେ ଜାତୀୟ-ସଂପଦ,
ପର୍ଯ୍ୟଟନ କ୍ଷେତ୍ର ମାନ୍ଯେ ସୁରକ୍ଷିତ
ମନୋରଞ୍ଜନ ଆହ୍ଲାଦ ।

କାରୁକୀର୍ତ୍ତି ବିଶ୍ବ ଐତିହ୍ଯ ଦିବସ
ଅପ୍ରେଲ ଅଠର ଜାଣ,
ଊଣେଇଶ ଶହ ବୟାଅଶି ସନୁ
ଏହି ଦିବସ ପାଳନ ।

ଅନ୍ତର୍ଜାତୀୟ ସ୍ମାରକୀ ପରିଷଦ
ପ୍ରଯୋଜନେ ସମ୍ମିଳନ,
ସଂସ୍କୃତି ଐତିହ୍ଯ ସୁରକ୍ଷା ସ୍ବୀକୃତ
ବିଶ୍ବ ଜାତିସଂଘ ଧ୍ଯାନ ।

ସଂସ୍କୃତି ମନ୍ତ୍ରିତ୍ବ ତତ୍ତ୍ବାବଧାନ ଓ
ପ୍ରତ୍ନତାତ୍ତ୍ଵିକ ବିଶେଷ,
ସଂସ୍କୃତି ଐତିହ୍ଯ ଯତ୍ନ ଓ ସୁରକ୍ଷା
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *