ରମ୍ଭା ପୋଲିସ ସମିତିର ନିଶା ନିବାରଣ ଅଭିଯାନ।

ରମ୍ଭା : ୨୦.୦୪.୨୫

(ମିଥୁନ ବାରିକ୍)

ରମ୍ଭା : ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହ ପରିସରରେ ଆମ ପୋଲିସ ସମିତି ରମ୍ଭା ଆନୁକୁଲ୍ୟରେ ନିଶା ନିବାରଣ ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ଦାସ, ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ କୁମାର ମୁଦୁଲି, ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଭିମନ୍ୟୁ, ସାହୁ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ସ୍ଵୟଂ ସହାୟକ ଗୋଷ୍ଟି , ଯୁବ ଗୋଷ୍ଠି ଓ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅଭିଭାଷଣ ମାଧ୍ୟମରେ ନିଶା ନିବାରଣ ଅଭିଯାନ, ଦୂରୀକରଣ, ଗଞ୍ଜେଇ ଚାରାରୋପଣ,ଚାଷର ସଂପୂର୍ଣ୍ଣ ମୂଳ ଉତ୍ପାଟନ , ଗଞ୍ଜେଇ ଚୋରା ବେପାରକୁ ରୋକିବା, ସେବନରୁ ଦୂରେଇ ରହିବା ସମେତ ଅନେକ ଦୃଷ୍ଟାନ୍ତ ମୂଳକ ଖବର ଆଇ. ଆଇ. ସି କୁମାର ମୁଦୁଲି ପ୍ରକାଶ କରିଛନ୍ତି। ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଏହାର ଉପକାର ଅପକାର ଉପରେ ପ୍ରାଞ୍ଜଳ ଭାବେ ସୂଚାଇ ଥିଲେ। ତତ୍ ସହିତ ଛାତ୍ର ଛାତ୍ରୀ ମାନେ ଉପରୋକ୍ତ ସମୟ କୁ ଜଗି ଭବିଷ୍ୟତ ଉଜ୍ଜ୍ବଳ ହେବା ସହ ଲକ୍ଷ୍ୟସ୍ଥଳ ରେ ଠିକ୍ ପହଞ୍ଚିବା ବୋଲି ସୂଚାଇଥିଲେ। କାର୍ଯ୍ୟକ୍ରମକୁ ପି. ବାଲିକାନା, ପ୍ରଭାତ ନାୟକ ସ୍ଥାନୀୟ ପୋଲିସ ବାହିନୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *