ମାଗୁଣୀ ଜେନା ପ୍ରଦେଶ କଂଗ୍ରେସ କମିଟି ର ତଥ୍ଯ ଅନୁଧ୍ୟାନ କମିଟି ସଦସ୍ୟ ମନୋନୀତ

ଚଣ୍ଡିଖୋଲ : ୧୧/୪(କ ବ୍ୟୁ) ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗ ପୁର ବ୍ଲକ ଠାରେ ନିର୍ମାଣ ହେଉଥିବା ବିମାନ ବନ୍ଦର ଯୋଗୁ ୪୩ଜଣ ଆଦିବାସୀ ପରିବାର ଙ୍କର ବାସଗୃହ ନଷ୍ଟ ହୋଇଛି। ସେମାନେ ବାସହରା ହୋଇ ଖରା, ବର୍ଷା, ଶୀତ କାକର ସହି ଖୋଲା ଆକାଶ ତଳେ ପଡି ରହିଛନ୍ତି। ରାଜ୍ୟ ସରକାର ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରି ନାହାନ୍ତି। ଏହି ଘଟଣାର ଅନୁଧ୍ୟାନ କରିବା ସହିତ ବାସହରା ଆଦିବାସୀ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଛନ୍ତି।ପୁର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ କମିଟିର ଅଧ୍ୟକ୍ଷ ଥିବାବେଳେ ସଭ୍ୟ ଭାବେ ପୂର୍ବତନ ବିଧାୟକ ସୁବର୍ଣ୍ଣl ନାୟକ, କଂଗ୍ରେସ ବିଧାୟିକା ପ୍ରାର୍ଥି ଲିପିକା ମାଝି, ଅମିତା ବିଶ୍ବାଳ ଓ ଯାଜପୁର ଜିଲ୍ଲାର ବିଶିଷ୍ଟ ଦଳିତ ନେତା ତଥା ଯାଜପୁର ଲୋକସଭା ନିର୍ବାଚନ ପ୍ରଚାର କମିଟି ର  ଅଧ୍ୟକ୍ଷ ମାଗୁଣୀ ଜେନା ସଦସ୍ୟ ଅଛନ୍ତି। ଉକ୍ତ କମିଟି ଖୁବଶୀଘ୍ର ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ବାସଚ୍ୟୁତ ପରିବାର ବର୍ଗ ଙ୍କୁ ଭେଟି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟି କୁ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *