ଓଡ଼ିଆ ପକ୍ଷ ପାଳନ ଅବସରରେ ୮ମ ଦିବସ ରେ ରକ୍ତଦାନ ଦିବସ ଅନୁଷ୍ଠିତ।

ବାରିପଦା (କ:ବ୍ଯୁ)୦୮୵୦୪୵୨୫
୧ ଏପ୍ରିଲ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ରକ୍ତ ଦାନ ଶିବିର କୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଆଜିର ଦିବସରେ ଆସିଥିବା ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ସ୍ଵେଛାକୃତ ରକ୍ତଦାତାମାନଙ୍କୁ ସେମାନଙ୍କର ଏହି ମହତ କାର୍ଯ୍ୟ ପାଇଁ ପ୍ରସଂଶା କରିବା ସହ ନିଜର ପରିବାରବର୍ଗ ଓ ସମାଜରେ ଅନ୍ୟ ମାନଙ୍କୁ ରକ୍ତ ଦାନ ନିମନ୍ତେ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ।
ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ରକ୍ତ ଦାନ ଶିବିରକୁ ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ନାୟକ ପରିଚାଳନା କରିଥିଲେ।
ଆଜି ଜିଲ୍ଲାର ଅନ୍ୟାନ୍ୟ ଉପଖଣ୍ଡ ଚିକିତ୍ସାଳୟର ରକ୍ତ କେନ୍ଦ୍ରରେ ମଧ୍ଯ ରକ୍ତ ଦାନ ଶିବିର ଆୟୋଜନ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ। ଆଜି ବାରିପଦା ଠାରେ ପଞ୍ଜିକୃତ ୧୦୩ଜଣ ରକ୍ତଦାତା ରକ୍ତ ଦାନ କରିଥିବା ବେଳେ ଉଦଳା ରକ୍ତ କେନ୍ଦ୍ରରେ ୮୮ ଜଣ ଓ କରଞ୍ଜିଆ କେନ୍ଦ୍ରରେ ୫୫ଜଣ ରକ୍ତ ଦାନ କରିଥିଲେ

ବାରିପଦା ଠାରେ ଏମ ପି କେ ନର୍ସିଂ, ସେକ ନର୍ସିଂ, ବିଜୁ ପଟ୍ଟନାୟକ ନର୍ସିଂ, ମୟୁରଭଞ୍ଜ ନର୍ସିଂ ଓ ବାଇଗଣ ବାଡିଆ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରକ୍ତ ଦାନ କରିଥିଲେ

ବାରିପଦା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ବିଜୟ କୁମାର ଦାଶ, ଇଣ୍ଡିଆନ ମେଡିକାଲ ଏସସିଏସନର ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ, ସମାଜସେବୀ ଶ୍ରୀ ଅମର ସେଠୀ, ଡ଼. ନିରୋଜ ପୋଥାଳ, ଶିକ୍ଷକ ଶ୍ରୀ ସୋମନାଥ ସିଂ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ଗଣମାଧ୍ୟମର ପ୍ରତନିଧି ମାନେ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *