ମାଧୁରୀ ଶତପଥି ଙ୍କୁ ଗୋକର୍ଣିକା ସମାଜ ସେବା ସମ୍ମାନ ୨୦୨୪ପ୍ରଦାନ ।

ଚଣ୍ଡିଖୋଲ : ୯/୪(କବ୍ୟୁ) : ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଗୋକର୍ଣିକା ସାହିତ୍ୟ ସମାଜର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଜାରକା ଶାନ୍ତି ବଜାର ସ୍ଥିତ ମିଡୋଜ କୋର୍ଟୟାର୍ଡ ମଣ୍ଡପ ଠାରେ ଅନୁଷ୍ଟିତ ହୋଇଯାଇଛି। ଉଦ୍ଘାଟକ ଭାବେ ଜାତୀୟ ମାନବିକ ଅଧିକାର ଆୟୋଗର ସଦସ୍ୟ ଜଷ୍ଟିସ ଡ.ଦିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ମୂଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଔପନ୍ୟାସିକା ପଦ୍ମ ବିଭୂଷଣ ଡ, ପ୍ରତିଭା ରାୟ , ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଯାଜପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ , ଇନ୍ ହୁୟିଲ କ୍ଲବ ର ପୂର୍ବତନ ସଭାପତି, ରୋଟାରୀଆନ ମାଧୁରୀ ଶତପଥୀ ଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଗୋକର୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଗୋକର୍ଣିକା ସମାଜ ସେବା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ସମାଜର ଅବହେଳିତ , ନିର୍ଯାତିତ,ନିଷ୍ପେସିତ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରି ବହୁ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଶ୍ରୀମତୀଶତପଥୀ ସମ୍ମାନିତ, ଓ ସମ୍ବର୍ଦ୍ଧିତ, ହୋଇ ସମାଜରେଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରି ହୋଇ ପାରିଛନ୍ତି। ଶ୍ରୀମତୀ ମାଧୁରୀ ଶତପଥି ହେଉଛନ୍ତି ଯାଜପୁର ଜିଲ୍ଲାର ପ୍ରାକ୍ତନ ମୁଖ୍ୟ ଚିକିତ୍ସଧିକାରୀ ତଥା ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଜୟ କୁମାର ଶତପଥି ଙ୍କ ଧର୍ମପତ୍ନୀ 

Leave a Reply

Your email address will not be published. Required fields are marked *