କାହା ଆଡୁ ଆଳରେ ଚାଲିଛି ବାଲି ଚୋରା ଚାଲାଣବେଖାତିର କରୁଛନ୍ତି ବାଲି ମାଫିଆ ।ସୁନସାନ୍ ରାତିରେ ହେଉଛି ବାଲି ଚୋରା ଚାଲାଣ

ଛତ୍ରପୁର : ୦୮.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ତଟରୁ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ୧୦୦ ଟିପ୍ପର ଚାଲାଣ କାଟି ୧୦୦୦ ଟିପ୍ପର ବାଲି ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ ।ଗଞ୍ଜାମ ଜିଲ୍ଲାର ତହସିଲଦାର ଓ ସ୍ଥାନୀୟ ରାଜସ୍ୱ ବିଭାଗ କୌଣସି ଯାଞ୍ଚ କରୁନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ । ସରକାରଙ୍କ ରାଜସ୍ୱ ବିଭାଗକୁ କୋଟିକୋଟି ଟଙ୍କାର ରାଜସ୍ୱ ହାନି ହେଉଛି । କିନ୍ତୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀମାନଙ୍କ ସଲାସୁତରାରେ ଚାଲୁଛି ବାଲି ଚୋରା ଚାଲାଣ । ଗଞ୍ଜାମ ଜିଲ୍ଲା ର ତହସିଲଦାର ମାନେ ଜାଣିଶୁଣି ଚୁପ ରହୁଥିବା ନେଇ ଚର୍ଚ୍ଚା ହେଉଛି ।ଗଞ୍ଜାମ , ଛତ୍ରପୁର,ପୁରସୋତ୍ତମପୁର ତହସିଲ ଅଂଚଳରେ ବାଲି ମାଫିଆମାନଙ୍କ ଏକ ସଂଘ ରହିଛି ଜଉଠୀ ସେମାନେ ଗୋପନୀୟ ବୈଠକ କରି ରାଜସ୍ୱ ଅଧିକାରୀମାନଙ୍କ ସହ ଡିଲ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଆଶ୍ଚର୍ଯ୍ୟର ବିଷୟ ଯେ ଗଞ୍ଜାମ ଜିଲ୍ଲା ର ସମସ୍ତ ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଅଧିକାରୀମାନେ ଚୋରା ବାଲି ଚାଲାଣକୁ ଧରି ପାରୁନାହାଁନ୍ତି କିନ୍ତୁ ସାଧାରଣ ଜନତାଙ୍କ ଅଭିଯୋଗକ୍ରମେ ଚୋରା ବାଲି ଚାଲାଣ ହେଉଥିବା ଟିପ୍ପରଗୁଡ଼ିକୁ ଜବତ କରୁଛି ପୋଲିସ । ଏନେଇ ରାଜସ୍ୱ ବିଭାଗକୁ ତୀବ୍ର ନିନ୍ଦା କରିଛନ୍ତି ଋଷିକୂଲ୍ୟା ତଟବାସୀ । ସରକାର ରାତି ଅଧିଆ ମାଇନିଂ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ବାଲି ମାଫିଆ । ରାତି ରେ ନ ସୋଇ ଅନିଦ୍ରା ରହି ଅଧରାତି ଓ ପାହାନ୍ତିଆ ସମୟରେ ଶହଶହ ଟିପ୍ପର ଓ ଟ୍ରକ ଏବଂ ଟ୍ରାକ୍ଟର ମାଧ୍ୟମରେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । କେବେ ବେଆଇନ ବାଲି ଚାଲାଣରେ ରୋକ ଲାଗିବ ଏନେଇ ପ୍ରଶ୍ନ ଉଠିଛି । ଜିଲ୍ଲାର ପୁରୁଷୋତ୍ତମପୁର,ବାହାଲପୁର,ବରପଲ୍ଲୀ,ବିରିପୁର,ମାଧପୁର,ବିପୁଳିଙ୍ଗିଓ ଗଞ୍ଜାମ ବ୍ରିଜ ନିକଟସ୍ଥ ଅଂଚଳରୁ ବେଆଇନ ବେଧଡ଼କ ନମ୍ବର ବିହୀନ ଟ୍ରାକ୍ଟର ମାଧ୍ୟମରେ ଡ଼ିପ କରି ରାତିଅଧିଆ ନକଲି ଚାଲାଣ କରି ଟିପ୍ପର ଓ ଟ୍ରକ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ସମସ୍ତ ତହସିଲ ଅତିକ୍ରମ କରି ପୁରୀ ଜିଲ୍ଲା ଓ ଖଲ୍ଲିକୋଟ ଅଞ୍ଚଳକୁ ରାତିଅଧିଆ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ସୂଚନାଥାଉକି ଗତ ଗୁରୁବାର ରାତ୍ର ମଧ୍ୟାହ୍ନ ସମୟରେ ଏକ ଟିପର ରେ ଚୋରା ବାଲି ଚାଲାଣ କରୁଥିବା ର ଦେଖିବାକୁ ମିଳିଛି । ଅନ୍ୟପଟେ ରାଜସ୍ୱ ବିଭାଗ ଚାହିଁ ବସିଥିବା ବେଳେ ଜେଶିବି ସାହାର୍ଯ୍ୟ ଦ୍ଵାରା ଟିପର ଗୁଡ଼ିକୁ ଲୋଡ୍ କରି ଜିଲ୍ଲା ତଥା ଜିଲ୍ଲା ବାହାର କୁ ବାଲି ଚୋରା ଚାଲାଣ କରାଯାଉଛି । କେବେ ଏହି ବାଲି ଚୋରା ଚାଲାଣ ବନ୍ଦ ହେବ ତାହା ସମୟ ହିଁ କହିବ ।

Leave a Reply

Your email address will not be published. Required fields are marked *